ନବରଙ୍ଗପୁର ଜିଲାପରିଷଦ ନିର୍ବାଚନ, ୬ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର

ନବରଙ୍ଗପୁର: ତ୍ରିସ୍ତରୀୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପ୍ରତ୍ୟାହାରରେ ଶେଷ ଦିବସ ରହିଥିବା ବେଳେ ଜିଲା ପରିଷଦ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ୬ଜଣ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହର କରି ନେଇଛନ୍ତି। ନବରଙ୍ଗପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କର ନିକଟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ଲିଖିତ ଭାବେ ଦେଇଛନ୍ତି। ନନ୍ଦାହାଣ୍ଡିବ୍ଲକ ଜୋନ୍ ୧ର ସ୍ୱାଧୀନପ୍ରାର୍ଥୀ ପୁଷ୍ପାଞଳି ନାଗ,ଚନ୍ଦାହାଣ୍ଡିବ୍ଲକ ଜୋନ୧ର ସ୍ୱାଧୀନପ୍ରାର୍ଥୀ ନିଳେନ୍ଦ୍ରୀ ପାଣ୍ଡେ ଓ ପୁଷ୍ପାଞ୍ଜଳି ବାଘ, ଉମରକୋଟ ବ୍ଲକ ଜୋନ ୧ର ସ୍ୱାଧୀନପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାଘ,ରାଇଘରବ୍ଲକ ଜୋନ ୧ର ସ୍ୱାଧୀନପ୍ରାର୍ଥୀ ଭୂବନେଶ୍ୱର ବିଭାର ଓ ଚଇତୁରାମ ମାଝୀ ରହିଛନ୍ତି। ନପୂର୍ବରୁ ରାଇଘରବ୍ଲକ ଜୋନ ୩ର କାକଳୀ ସୁନାନୀଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଛି। ସେହିଭଳି ପାପଡ଼ାହାଣ୍ଡି ବ୍ଲକ ଜୋନ୧ର ଯଶବସ୍ତ ନାୟକ (ବିଜେଡି), ତେନ୍ତୁଳିଖୁଣ୍ଟିବ୍ଲକ ଜୋନ୨ ର ସନ୍ତୋଷ କୁମାର ପାତ୍ର ( ବିଜେପି) ଓ କୋଷାଗୁମୁଡାବ୍ଲକ ଜୋନ୧ର ରାମବତୀ ପୂଜାରୀ (ବିଜେଡି ) ଦୁଇଟି ଲେଖାଏଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ଗୋଟିଏ ଲେଖାଏଁ ନାମାଙ୍କନପତ୍ର ପ୍ରତ୍ୟାହର ହୋଇଛି। ତେବେ ମୋଟ ୯୯ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଜଣଙ୍କର ନାକଚ, ୬ଜଣ ପ୍ରତ୍ୟାହାର କରିବା ସହ ୩ଜଣ ପ୍ରାର୍ଥୀଙ୍କର ନାମାଙ୍କନପତ୍ର ଦୁଇ ସେଟ୍ ପଡ଼ିଥିଲା ତେବେ ସମସ୍ତ ଚୁଡାନ୍ତ ପରେ ଜିଲାରେ ମୋଟ ୨୬ଟି ଆସନ ପାଇଁ ମୋଟ ୮୯ ଜଣ ଜିଲାପରିଷଦ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।

ଅନ୍ୟପକ୍ଷରେ ଚନ୍ଦାହାଣ୍ଡି ବ୍ଲକ ଜୋନ୧ ଜିଲା ପରିଷଦ ଆସନ ପାଇଁ ଆଶାୟୀ ରହି ନାମାଙ୍କନ ପତ୍ର ଦାଖଲ କରିଥିବା ନିଳେନ୍ଦ୍ରୀ ପାଣ୍ଡେଙ୍କୁ ଭାରତୀୟ ଜନତା ପାର୍ଟି(ବିଜେପି)ର ଟିକଟ ନମିଳିବାରୁ ସେ ଆଜି ଉପଜିଲାପାଳ ଙ୍କର କାର୍ଯ୍ୟାଳୟକୁ ଆସି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ ଉପସ୍ଥିତ ଥିଲେ। ସେ ବ୍ଲକର ଜଣେ ଟାଣୁଆ ବିଜେପି ନେତ୍ରୀ ହୋଇଥିବାବେଳେ ବିଜେପି ଛାଡି ବିଜୁଜନତାଦଳରେ ସାମିଲ ହେବେ ଓ ଦଳ ପାଇଁ କାମ କରିବେ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

Comments are closed.