ନବରଙ୍ଗପୁରରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଙ୍କ ୧୨୫ ତମ ଜୟନ୍ତୀ ପାଳନ ଅବସରରେ ନବରଙ୍ଗପୁର ଶହୀଦ ସ୍ମାରକୀ ଠାରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ସମ୍ମାନନୀୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ହଳଧର ନୀଆଳ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗତେଇ ନେତାଜୀ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଜିଲ୍ଲା ସୁଚନା ଓ ଲୋକସଂପର୍କ କାର୍ୟ୍ୟାଳୟର କର୍ମଚାରୀ ଦିଲିପ୍ କୁମାର ମଲ୍ଲିକ, ରାଜେନ୍ଦ୍ର କୁମାର ମାଝୀ, ନୀଳକଣ୍ଠ ନାୟକ, ବିଘନ ରାଜ ମାଝୀ ଉପସ୍ଥିତ ରହି ସହଯୋଗ କରିଥଲେ।

Comments are closed.