ଗରୁଡ଼ ପକ୍ଷୀ ଉଦ୍ଧାର କରି ପୂଜାର୍ଚ୍ଚନା କଲେ ଗ୍ରାମବାସୀ

ନବରଙ୍ଗପୁର: ପାପଡାହାଣ୍ଡି ଡାବୁଗାଁ ବନାଞ୍ଚଳ ଅଧିନସ୍ଥ କଣ୍ଟାମାଳ ଗ୍ରାମରେ ଦେଖିବାକୁ ମିଳିଛି ବିରଳ ଗରୁଡ ପକ୍ଷୀ । ଗାଁର କିଛି ଲୋକ ଗାଈ ଚରାଇ ଯାଇଥିବା ବେଳେ, ଗରୁଡ଼ ପକ୍ଷୀଟିକୁ ଉଦ୍ଧାର କରିଥିଲେ । ପରେ ଗାଁରେ ପକ୍ଷୀଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଗାଁ ଲୋକ ଗୋରୁଡ଼ ପକ୍ଷୀ ଟିକୁ ଦେଖିବା ପରେ ନଡିଆ ଧୂପ ଦେଇ ପୂଜା କରିଥିଲେ । ପରେ ମୈଦଲପୁର ବନବିଭାଗକୁ ଖବର ଦେଇଥିଲେ ଗ୍ରାମବାସୀ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗରୁଡ଼ ପକ୍ଷୀକୁ ଉଦ୍ଧାର କରିଥିଲେ । ସରକାରଙ୍କ ନିୟମ ଅନୁସାରେ ଗୋରୁଡ଼ ପକ୍ଷୀଟିକୁ ରଖାଯିବ ବୋଲି ମୈଦଲପୁର ବନବିଭାଗ ଅଧିକାରୀ କହିଛନ୍ତି ।

Comments are closed.