ନବରଙ୍ଗପୁର ଜିଲ୍ଲା କଂଗ୍ରେସରର ନିର୍ବାଚନ କମିଟି ଗଠିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ କର୍ଚ୍ଚା ମାଲ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସଭାପତି ମୁନା ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଦଳ ବାଜି ମାତ୍ କରିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ବୈଠକରେ ନବରଙ୍ଗପୁର, ନନ୍ଦା ହାଣ୍ଡି, ପାପଡ଼ା ହାଣ୍ଡି ଓ ଡ଼ାବୁ ଗାଁ ବ୍ଲକ୍ ସମସ୍ତ ଜିଲ୍ଲା ପରିଷଦ ଜୋନ୍ ୱାରି ଆଲୋଚନା କରାଯାଇ କେଉଁ ଜୋନ୍ ରେ କିଏ ପ୍ରାର୍ଥୀ ହେବେ ସେ ନେଇ ଆଲୋଚନା କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ କମିଟି ଗଠନ କରାଯାଇଥିଲା। ଜିଲ୍ଲା ସଭାପତି ମୁନା ତ୍ରିପାଠି ଏହି କମିଟିର ଅଧକ୍ଷ ରହିଥିବା ବେଳେ ପିସିସି ଉପ ସଭାପତି ତଥା ପୂର୍ବତନ ବିଧାୟକ ସଦନ ନାୟକ ଓ ଭୁଜବଳ ମାଝୀ, ପିସିସି ସମ୍ପାଦକ କ୍ଷେମରାଜ୍ ବାଘ, ବରିଷ୍ଠ ନେତା ଉଲ୍ ଧର ମାଝୀ, ମହିଳା ସଭାନେତ୍ରୀ ପି.ନାଗରତାନମ୍, ଜିଲ୍ଲା ମୁଖ ପାତ୍ର ଧରମ ସିଂ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଦ୍ବାରିକା ମହାପାତ୍ର, ଯୁବ ନେତା ରାଜେଶ୍ ଜାନୀ, ବରିଷ୍ଠ ଅଧିବକ୍ତା ଶଙ୍କର ଦେ ପ୍ରମୁଖ ସଦସ୍ୟ ରହୁଛନ୍ତି। ଏହି କମିଟିର ସଦସ୍ୟଙ୍କ ସମେତ ଭୁଜବଳ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ପ୍ରଚାର କମିଟି ଗଠନ କରାଯାଇଛି। ଏହି କମିଟିରେ ସମସ୍ତ ବ୍ଲକ୍ ସଭାପତି ଓ ରାଜ୍ୟ ପଦାଧିକାରୀଙ୍କ ସମେତ ଏଆଇସିସି ସଭ୍ୟା ମନିଷା ତ୍ରିପାଠୀ, କୁଶିଆ ମାଝୀ, ଦିବାକର ମାଝି, ଉଷ୍ମା ବାନୋ, ଦିଲିପ୍ କୁମାର ବେହେରା, ଭୀମ ହରିଜନ, ମାର୍କଣ୍ଡ ସାହୁ, ଅବଦୁଲ୍ ଫିରୋଜ, ସାଇ ନାରାୟଣ ପାଢ଼ୀ, ବାବୁଲି ବାଘ, ଉସ୍ମାନ ଲାଠିଆ, ତାଜ ଇମ୍ରାନ୍ ସରିଫ୍, ଶେଖ୍ ଆକବର ହୁସେନ, ପଦମନ୍ ବିଷୋୟୀ, ଅର୍ଜୁନ ସମରଥ, ମୋତିଲାଲ୍ ହଂସ, ରମେଶ ପାତ୍ର ବାଘ, କପୁର ନାୟକ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ବାବୀ ଜେନା, ମହେଶ୍ୱର ଭତ୍ରା, ବଂଶୀ ମାଝୀ ପ୍ରମୁଖ ସଦସ୍ୟ ରହିଛନ୍ତି। ଅନୁରୂପ ଭାବେ ଅର୍ଥ କମିଟି ମଧ୍ୟ ଗଠିତ ହୋଇଥିବା ମୁନା ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.