ମିଶନଶକ୍ତି ତରଫରୁ ଜିଲ୍ଲାସ୍ତରୀୟ ବିଦ୍ୟୁତ ଶୁଳ୍କ ଆଦାୟ ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର: ମିଶନଶକ୍ତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସ୍ୱୟଂ ସହାୟକ ଦଳମାନଙ୍କ ନିମନ୍ତେ ଏକ ଦିବସୀୟ ବିଦ୍ୟୁତ ଶୁଳ୍କ ଆଦାୟ ଏବଂ ବିଲ ପ୍ରସ୍ତୁତ ନିମନ୍ତେ ତାଲିମ ଶିବିର ମିଶନଶକ୍ତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳ କମଲଚନ ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ୱାସ, ନିର୍ବାହୀ ଯନ୍ତ୍ରୀ ଅଭିଜିତ ପାଢ଼ୀ ଏବଂ ମିଶନଶକ୍ତି ଜିଲ୍ଲା ସଂଯୋଜକ ହର୍ଶlନନ୍ଦ ପ୍ରଧାନ ଓ ସମସ୍ତ ଡିଭିଜନରୁ ଆସିଥିବା ବିଦ୍ୟୁତ ବିଭାଗ ଅଧିକାରୀମାନେ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ।

ଏହି ତାଲିମ ଶିବିରରେ ୬ ଗୋଟି ବ୍ଲକ ମଧ୍ୟରୁ ନବରଙ୍ଗପୁର, ତେନ୍ତୁଳୀଖୁଣ୍ଟି, ନନ୍ଦାହାଣ୍ଡି, ଡାବୁଗାଁ, ପାପଡାହାଣ୍ଡି ଓ କୋଷାଗୁମୁଡାରୁ ୪୨ ଗୋଟି ସ୍ୱୟଂ ସହାୟକ ଦଳର ମୋଟ ୭୨ ଜଣ ସଭ୍ୟା ଉପସ୍ଥିତ ରହି ତାଲିମ ପ୍ରାପ୍ତ କରିଥିଲେ। ଜିଲ୍ଲାପାଳ ମହିଳାମାନଙ୍କୁ ବିଦ୍ୟୁତ ଶୁଳ୍କ ଆଦାୟ କାର୍ଯ୍ୟକ୍ରମକୁ ଆପଣେଇବା ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରି ଜିଲ୍ଲା, ଦେଶ ତଥା ଜାତିର ଉନ୍ନତି କରିବା ସଂଗେ ସଂଗେ ଅନ୍ୟ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ଅନୁପ୍ରାଣିତ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ।

Comments are closed.