ଗ୍ରାହକ ସେବା କେନ୍ଦ୍ର ନାମରେ ଲୋକଙ୍କୁ ଠକେଇ, ଥାନାରେ ଏତଲା ଦେଲେ ୫ ଜମାକାରୀ

ନବରଙ୍ଗପୁର/ପାପଡାହାଣ୍ଡି: କିଓସ୍କ ବ୍ୟାଙ୍କ ପରିଚାଳକ ଟଙ୍କା ହେରଫେର କରିଥିବା ନେଇ ଥାନାରେ ଏତଲା ଦେଲେ ୫ ଜଣ ଜମାକାରୀ। ଏଭଳି ଘଟଣା ଦେଖିବାକୁ ମିଳିଅଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଂଚଳରେ। ସୂଚନା ମୁତାବକ ମୈଦଲପୁର ଅଂଚଳର ନୂଆଗୁଡା ଗ୍ରାମର ଅଜମୀର ଶର୍ମା ନାମକ ଯୁବକ ସେହି ଗ୍ରାମରେ କିଓସ୍କ ବ୍ୟାଙ୍କ (ଗ୍ରାହକ ସେବକେନ୍ଦ୍ର) ଶାଖା ଖୋଲିଥିଲେ ଏବଂ ଲୋକଙ୍କ ବ୍ୟାଙ୍କ ଏକାଉଣ୍ଟ ଖୋଲି କରବାର ଚଳାଇ ଆସୁଥିଲେ। ନୂଆଗୁଡା ଏକ ପଲ୍ଲୀ ଅଞ୍ଚଳ ହୋଇଥିବା ଯୋଗୁଁ ଲୋକେ ବ୍ୟାଙ୍କ କାରବାର ପାଇଁ ସାଧାରଣତଃ ଏହି କିଓସ୍କ ବ୍ୟାଙ୍କ ଉପରେ ନିର୍ଭର କରୁଥିବା ବେଳେ ଅଶିକ୍ଷିତ ଲୋକଙ୍କୁ ମହାରା ବନେଇ ଏଭଳି ବ୍ୟାଙ୍କ କର୍ମଚାରୀ ମାନେ ହିତାଧିକାରୀଙ୍କ ପlସବୁକର ଟଙ୍କାକୁ ଚଞ୍ଚକତା କରି ଟିପ ଚି଼ହ୍ନ ନେଇ ଟଙ୍କା ଖାଇଯାଉଥିବା ନବରଙ୍ଗପୁର ଜିଲ୍ଲାରେ ନୂଆ କଥା ନୁହଁ।

ସୂଚନା ମୁତାବକ ମୈଦଲପୁର ଅଂଚଳର ଦହଡ଼ମାଳ ଗ୍ରାମର ହେମନ୍ତ ମହାନ୍ତି ନାମକ ଯୁବକ ଗତ ଅକ୍ଟବର ୨୫ ତାରିଖରେ ଉକ୍ତ କିଓସ୍କ ବ୍ୟାଙ୍କ ପରିଚାଳକ ଅଜମିର ଶର୍ମା ଠାରୁ ଏକ ଲକ୍ଷ ଟଙ୍କାର ଚେକ ନେଇଥିଲେ କିନ୍ତୁ ଚେକ ବ୍ୟାଙ୍କରେ ଡିପୋଜିଟ କରିବାରୁ ଉକ୍ତ ଏକାଉଣ୍ଟରେ ଟଙ୍କା ନଥିବା ଜାଣିବା ପରେ ଏନେଇ ଅଜମୀରକୁ ଜଣାଇବା ପରେ ଦୁଇଜଣଙ୍କ ମଧ୍ୟରେ ବଚସା ହେବାପରେ ଅଜମୀର ଟଙ୍କା ଦେବାପାଇଁ ମନା କରି ଧମକ ଦେଇଥିବା ନେଇ ହେମନ୍ତ ମୈଦଲପୁର ଫାଣ୍ଡିରେ ଏତଲା ଦେଇଥିଲେ।

ସେହିପରି ନୂଆକୋଟ ପଂଚାୟତର କୀଡୀଙ୍ଗଗୁଡା ଗ୍ରାମର ଜଣେ ଗରିବ ମହିଳା ହିତାଧିକାରୀ ଗୋମତୀ ବଞ୍ଜରାଙ୍କ ଖାତାରେ ଥିବା ୫ ହଜାର ଟଙ୍କା, ଧନପତି ଗୌଡ଼ଙ୍କ ୧୦ ହଜାର ୫୦୦ ଟଙ୍କା, ତିଲ ଗୌଡ଼ଙ୍କ ୧୭୦୦ ଟଙ୍କା, ଦଶରା ଭଟ୍ଟ ଗ୍ରାମର ସବିତା ମାଝୀଙ୍କ ୨୧୦୦ ଟଙ୍କାକୁ କିଓସ୍କ ବ୍ୟାଙ୍କ କର୍ମଚାରୀ ଉଠାଇ ନେଇଥିବା ନେଇ ପୃଥକ ପୃଥକ ଭାବେ ୫ ଜଣ ଆଜି ମୈଦଲପୁର ଫାଣ୍ଡିରେ ଅଜମୀରଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣାପଡିଛି।

Comments are closed.