ନବରଙ୍ଗପୁର ୟୁସଲେସ କ୍ଲବର ସଂକଳନ ‘ପ୍ରୟାସ’ ଉନ୍ମୋଚିତ

ନବରଙ୍ଗପୁର: ନବବର୍ଷ -୨୦୨୧ ଅବସରରେ ନବରଙ୍ଗପୁର ୟୁସଲେସ୍‍ କ୍ଲବର ୩୨ତମ ବାର୍ଷିକ ସଂକଳନ ‘ପ୍ରୟାସ-୨୦୨୨’ ଏକ ନିରାଡମ୍ବର ପରିବେଶରେ ଉନ୍ମୋଚିତ କରାଯାଇଛି। ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ନାରାୟଣ ପଣ୍ଡା, ପ୍ରେମଚାନ୍ଦ ପଟ୍ଟନାୟକ ଓ ନିରଞନ ମିଶ୍ର ଯୋଗଦେଇଥିବାବେଳେ କ୍ଲବର ସଭାପତି ସାମ୍ବାଦିକ ରାକେଶ ଗୁପ୍ତା, ସମ୍ପାଦକ ଡ.ଓଁକାର ପଟ୍ଟନାୟକ, ୟୁ.ଅରୁଣ କୁମାର, ଟି.ଶ୍ରୀପତି, ଦୁଷ୍ମନ୍ତ ମହାନ୍ତି ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ।

 

ନବରଙ୍ଗପୁର ପରି ଏକ ପଛୁଆ ଅଞ୍ଚଳରେ ଏହି ପ୍ରୟାସ ବାସ୍ତବରେ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ। କବି ବିଜୟ କୁମାର ଚୌଧୁରୀ, ପ୍ରେମଚାନ୍ଦ ପଟ୍ଟନାୟକ, ବିମଳଚାନ୍ଦ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, ଜଗନ୍ନାଥ ବେହେରା, ମନୋଜ କୁମାର ପଟ୍ଟନାୟକ, ଜଗଦିଶ ଚନ୍ଦ୍ର ତ୍ରିପାଠୀ, ପର୍ଶୁରାମ ସାହୁ, ଏମ.ଆପ୍ପାଲ୍‍ ସ୍ୱାମୀ, ପି.ରବିକାନ୍ତ ରଘୁରାମ, ରମେଶ ଚନ୍ଦ୍ର ଟାକ୍ରି ଓ ପ୍ରଫୁଲ କୁମାର ରାଉତ ପ୍ରମୁଖ ଚଳିତବର୍ଷ ପ୍ରୟାସ- ୨୦୨୨ରେ ସ୍ଥାନ ପାଇଛନ୍ତି। କରୋନା ନିୟମ ମାନି ଏହି କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା।

Comments are closed.