ଏସବିଆଇ ବ୍ୟାଙ୍କ ତରଫରୁ ସ୍ୱରୋଜଗାର ପ୍ରଶିକ୍ଷଣ ଶିବିର

ନବରଙ୍ଗପୁର: ନବରଙ୍ଗପୁର ଏସବିଆଇ ବ୍ୟାଙ୍କ ଆନୁକୂଲ୍ୟରେ ସ୍ୱରୋଜଗାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଏସବିଆଇ ପରିସରରେ ଅନୁଷ୍ଠିତ ଏହି ଶିବିରରେ ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରତ୍ନକର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରଶିକ୍ଷଣରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଆରବିଆଇ, ନବରଙ୍ଗପୁର ଶାଖାରେ ଆରଏସଏସଟି, ନବରଙ୍ଗପୁର ଶାଖାରେ ଏକ ମାଗଣା ମୋବାଇଲ୍ ମରାମତି ଦୋକାନ ଆୟୋଜିତ କରାଯାଇଥିଲା। ଏହା ଦ୍ୱାରା ବେକାର ଯୁବକ ଯୁବତୀ ସ୍ୱାରୋଜଗାର ହୋଇ ପାରିବେ ବୋଲି ନବରଙ୍ଗପୁର ଏସବିଆଇ ସିଏମ ନଚିକେତା ମହାନ୍ତି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଲଡ଼ିଏମ ସୁକୁମାର ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.