ଭିଜିଲାନ୍ସ ଜାଲରେ ଆରଏମସିର ସିନିୟର ଆକାଉଣ୍ଟାଣ୍ଟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆରଏମସି ଅଫିସ ସିନିଅର ଆକାଉଣ୍ଟାଣ୍ଟ ଅଶୋକ ନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟୋବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଭିଜିଲାନ୍ସର ଚଢ଼ାଉ କରିଛି । ଆଜି ସକାଳୁ ଏକ କାଳୀନ ୩ ଟି ସ୍ଥାନରେ ଭିଜିଲାନ୍ସର ତିନୋଟି ଟିମ ଚଢ଼ାଉ ଆରମ୍ଭ କରିଛି। ନବରଙ୍ଗପୁର ସହରର ଇଛାବତୀ ଗୁଡା ସ୍ଥିତ ବାସଭବନ, ଗାନ୍ଧିନଗରରେ ବାସଭବନ ଓ ଆରଏମସି କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଏକ କାଳୀନ ଚଢ଼ାଉ କରାଯାଇଛି ।

ଏହି ଚଢ଼ାଉରେ ନୂଆପଡା ଜୟପୁର ଏବଂ ନବରଙ୍ଗପୁରର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଟିମ ସୂଚନା ଦେଇଛନ୍ତି। ଏ ପର୍ଯ୍ୟନ୍ତ ସମ୍ପତିର ଆକଳନ ଚାଲିଛି ସରିବାପରେ ସବୁକିଛି ଜଣାପଡିବ ବୋଲି ଭିଜିଲାନ୍ସ ଟିମ କହିଛନ୍ତି ।

Comments are closed.