କଂଗ୍ରେସରେ ମିଶିଲେ ଯୁବ ନେତା ମୁନାବେଶ୍ରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଷ୍ଠ ଯୁବ ନେତା ତ୍ରିଲୋଚନ ବେଶ୍ରା ଓରଫ୍ ମୁନା ଆଜି ଭାରତୀୟ ଜାତୀୟ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସେ ଚନ୍ଦାହାଣ୍ଡି ବ୍ଲକରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଦୁର୍ନୀତିକୁ ଲୋକଲୋଚନକୁ ଆଣି ଚର୍ଚ୍ଚିତ ହୋଇଥିଲେ। ସେ ଗତ ଦିନରେ ବିଜେପି ଚନ୍ଦାହାଣ୍ଡି ବ୍ଲକ୍ ସାଧାରଣ ସମ୍ପାଦକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ଶ୍ରୀ ବେଶ୍ରା ଆଜି ପାପଡାହାଣ୍ଡି ବ୍ଲକ୍ କେରାଣ୍ଡିଠାରେ ଅନୁଷ୍ଠିତ ଏକ ଜୋନ୍ ସ୍ଥରୀୟ ବୈଠକରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି।

ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ପିସିସି ଉପ ସଭାପତି ଓ ପୂର୍ବତନ ବିଧାୟକ ଦ୍ବୟ ସଦନ ନାୟକ ଓ ଭୁଜବଳ ମାଝୀ, ପିସିସି ସମ୍ପାଦକ କ୍ଷେମ୍ ରାଜ୍ ବାଘ, ଜିଲ୍ଲା ଉପସଭାପତି ଧରମ ସିଂ, ନବରଙ୍ଗପୁର ନଗର ସଭାପତି ଭୀମ ହରିଜନ, ଜିଲ୍ଲା ସାଧାରଣ ସମ୍ପାଦକ ଅବଦୁଲ୍ ଆକବର, ବାବି ଜେନା, ଅବଦୁଲ୍ ଫିରୋଜ, କୁବେର ନୀଆଲ୍, କୃଷ୍ଣ ବାଘ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ପାପଡାହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀକାନ୍ତ ମିଶ୍ର ସଭାପତିତ୍ବ କରିଥିଲେ।

Comments are closed.