ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ନିକଟସ୍ଥ ଝିଟିକୁଗୁଡା ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ବାଇକ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ପାପଡାହାଣ୍ଡି ବ୍ଲକ ନାକଟିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୀଳାଦ୍ରିଗୁଡା ଗ୍ରାମର ବୁଧୁରାମ ଭତରା (୩୦) ଓ ମାନସ ଭତରା (୨୮) ଏକ ବାଇକ ଯୋଗେ ପେଟ୍ରୋଲ ଆଣିବାକୁ ପ୍ରଧାନୀଗୁଡା ପେଟ୍ରୋଲ ପମ୍ପ ଯାଉଥିବା ବେଳେ ଝିଟିକିଗୁଡା ଛକ ନିକଟସ୍ଥ ବୁଲାଣି ନିକଟରେରେ ଭରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। ବାଇକ ଆରୋହୀ ଦୁରକୁ ଛିଟିକି ପଡ଼ିଥିଲେ ଫଳରେ ଘଟଣାସ୍ଥଳରେ ହିଁ ବୁଦୁରାମଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛିl ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଥିଲେ।

Comments are closed.