ବେଆଇନ ବାଲିଚାଲାଣ: ୩ଟି ଟ୍ରକ ଠାରୁ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ନବରଙ୍ଗପୁର: ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ଠାରେ ବେଆଇନ ବାଲି ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। କୋଡିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ଏହି ଅଞ୍ଚଳକୁ ପରିଦର୍ଶନ କରିଥିଲେ। ବେଆଇନ ବାଲି ଚାଲାଣ କରୁଥିବା ଅଭିଯୋଗରେ କୋଡିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ ୩ଟି ଟ୍ରକକୁ ଅଟକ ରଖି ସେମାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଛନ୍ତି।

Comments are closed.