ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡିଛି। ନବରଙ୍ଗପୁର ଜିଲ୍ଲ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗଦବାକତରା ଗ୍ରାମର ବିଜୟ ସାଗରିଆ ମହୁ ମାଛି ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।ଏହାପରେ ତାଙ୍କୁ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ବିଜୟ ଗାଈ ଚରାଇବାକୁ ଯାଇଥିବା ସମୟରେ ମହୁ ମାଛି ଆକ୍ରମଣ କରିଥିଲେ। ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପାପଡାହାଣ୍ଡି ମେଡିକାଲରେ ଭର୍ତି କରାଇଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ତା ଠିକ୍ ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି।

Comments are closed.