ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ୪ଲକ୍ଷ ଟଙ୍କାର ମୃତ୍ୟୁ ବୀମା ରାଶି

ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲା ନବରଙ୍ଗପୁର ଜିଲ୍ଲା ଓୟୁଜେ ସଂଘ

ନବରଙ୍ଗପୁର:ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକର ପୂର୍ବତନ ସାମ୍ବାଦିକ ଏ ଜଗଦୀଶ ରାଓଙ୍କ ଗତ ୨୦୧୪ମସିହା ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କର ୪୩ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଥିଲେ ତାଙ୍କ ପରିବାର, ତାଙ୍କ ସ୍ତ୍ରୀ ଏବଂ ୨ଗୋଟି ଝିଅ ମଧ୍ୟରୁ ଗୋଟିଏ ଝିଅର ବାହାଘର ହୋଇଯାଇଥିବା ବେଳେ ଘରେ ଜଗଦୀଶଙ୍କ ପତ୍ନୀ ଏବଂ ପାଠ ପଢ଼ୁଥିବା ଝିଅଙ୍କ ପାଇଁ ଚଳିବାପାଇଁ ବହୁତ କଷ୍ଟ ହୋଇଥିଲା। ଓଡିଶା ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ଗୋପବନ୍ଧୁ ଯୋଜନା ରେ ସାମ୍ବାଦିକ ମାନଙ୍କ ପାଇଁ ମୃତ୍ୟୁ ବୀମା ରାଶି ୪ ଲକ୍ଷ ଟଙ୍କା ଅନୁଦାନ ର ସହାୟତା ରାଶି ଦେବାପାଇଁ ଯୋଜନା କରିଥିଲେ। ଏହି ଯୋଜନାରେ ମୃତ ଜଗଦିଶଙ୍କ ପରିବାରକୁ ବୀମା ରାଶି ପ୍ରଦାନ ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଥିଲା। ଓଡିଶା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଂଘ, ପୂର୍ବତନ ଜିଲାପାଳ ତଥା ବର୍ତ୍ତମାନ ରପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ଅଜିତ ମିଶ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଙ୍କ ପ୍ରଚେଷ୍ଟା ରେ ଆଜି ବିଳମ୍ବ ରେ ହେଲେବି ସରକାର ଙ୍କ ତରଫରୁ ମୃତ ଜଗଦିଶ ରାଓଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଛି।

 

ଆଜି ନବରଙ୍ଗପୁର ଜିଲା ଓୟୁଜେ ସଂଘ ସଭାପତି ସୁଶାନ୍ତ କୁମାର ବେହେରା, ଜନାର୍ଦନ ରାଓ, ଗୌତମ ଅଗ୍ରୱାଲ, ସୁମିତ ଘଣ୍ଟ ଏବଂ ସ୍ଵପ୍ଣଜିତ ପଟନାୟକ ପ୍ରମୁଖ ମୃତ ସାମ୍ବାଦିକ ଙ୍କ ପତ୍ନୀ ଏ ଜୟଲକ୍ଷ୍ମୀକୁ ଭେଟି ସମବେଦନା ଜଣାଇବା ସହ ଆଗାମୀ ଦିନରେ ଝିଅ ର ପାଠ ପଢିବା ପାଇଁ ସଂଘ ତରଫରୁ ସାହାଯ୍ୟ ଏବଂ ସହଯୋଗ କରାଯିବ ବୋଲି ସଂଘ ତରଫରୁ ପ୍ରତିଶୃତି ଦେଇଥିଲେ। ବୀମା ରାଶି ପାଇବାପରେ ସେ ଓୟୁଜେ ର ସମସ୍ତ କର୍ମକର୍ତା ଏବଂ ପ୍ରଶାସନ କୁ ଧନ୍ୟବାଦ ଜଣାଇଥିଲେ। ନବରଙ୍ଗପୁର ଜିଲ୍ଲାରେ ମୃତ ସାମ୍ବାଦିକଙ୍କ ପରିବାର କୁ ବୀମା ରାଶି ପ୍ରଦାନ କରିଥିବା ଯୋଗୁଁ ରାଜ୍ୟ ସରକାରଙ୍କୁ ଓୟୁଜେ ନବରଙ୍ଗପୁର ଶାଖା ତରଫରୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.