ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମୀନାର ଠାରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପାପଡାହାଣ୍ଡି ଶହୀଦ ମୀନାର ଠାରେ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ସମଗ୍ର ଦେଶ ଏବେ ପାଳନ କରୁଛି ଆଜାଦୀ କା ଅମୃତ ମହୋତ୍ସବ। ଭାରତୀୟ ସ୍ବଧୀନତା ସଂଗ୍ରାମର ସ୍ବର୍ଣ୍ଣିମ ଗାଥାର ସ୍ମୃତି ଚାରଣ ସହ ଦେଶମାତୃକା ପାଇଁ ଚରମ ବଳିଦାନ ଦେଇଥିବା ମହାନ ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଉଛି। ଏହି କ୍ରମରେ ନବରଙ୍ଗପୁର ଜିଲାର ରକ୍ତାତୀର୍ଥ ପାପଡାହାଣ୍ଡି ଠାରେ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟଳୟ ଜୟପୁର ଶାଖା ପକ୍ଷରୁ ପାଳିତ ହୋଇଛି ଆଜାଦୀ କା ଅମୃତ ମହୋତ୍ସବ।
ପାପଡାହାଣ୍ଡି ଠାରେ ଥିବା ଶହୀଦ ସ୍ମୃତି ମୀନାର ଠାରେ ଏହି ମହୋତ୍ସବ ପାଳନ କରାଯାଇଛି। ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ଉତ୍ସବର ଶୁଭାରମ୍ଭ କରାଯାଇଥିଲା। ସେଠାରୁ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ଶହିଦ ମୀନାର ଠାରେ ପହଞ୍ଚିଥିଲା। ଶହୀଦ ସ୍ମୃତି ସ୍ତମ୍ଭରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରଯାଇଥିଲା। ସ୍ମୃତି ସୌଧ ଠାରେ ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

 

ଆଜାଦୀ କା ଅମୃତ ମହୋତ୍ସବ ର ଉଦ୍ଦେଶ୍ୟ ପାଳନ ସମ୍ପର୍କରେ ସୂଚନା ପ୍ରଦାନ କରାଯିବା ସହ ଭାରତ ଛାଡ ଆନ୍ଦୋଳନ ସମୟରେ ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ପାପଡାହାଣ୍ଡି ର ଟୁରୀ ନଦୀ ନିକଟରେ ପୋଲିସ ଗୁଳି ରେ ଶହୀଦ ହୋଇଥିବା ୧୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ଗାଥା ଆଲୋଚନା କରାଯାଇଥିଲା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଅନାଲୋଚିତ ହୋଇ ରହିଯାଇଥିବା ଅବିଭକ୍ତ କୋରାପୁଟ ଜିଲାର ଅନେକ ସ୍ଵାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଦେଶାତ୍ମକ ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଜିଲାପାଳ ଡଃ ଅଜିତ କୁମାର ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ, ଭାରତୀୟ ସୂଚନା ସେବାର ଅଧିକାରୀ, ସୁଶ୍ରୀ ନିକିତା ଯୋଶୀ, ସିନମ ଜୈନ, ମନଦୀପ କୁମାର, ସନ୍ତୋଷ ଭି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.