ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନବରଙ୍ଗପୁର: ନବରଙ୍ଗପୁର ଜିଲା ଦୌରାଜଜ୍ ଏକ ହତ୍ୟା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୨୪/୧୦/୨୦୧୮ରେ ଧାନକଟାକୁ କେନ୍ଦ୍ରକରି ନବରଙ୍ଗପୁର ଜିଲା ନିସନାହାଣ୍ଡି ଗାଁର ସଦା ଭତ୍ରାକୁ ହତ୍ୟା କରିଥିବା ଘଟଣାରେ ଜିଲା ଦୌରାଜଜ ଅଶୋକ କୁମାର ପଣ୍ଡା ଅଭିଯୁକ୍ତ ପୁରଣ ଭତ୍ରାକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

 

ଗତ ୨୬/୧୦/୨୦୧୮ ମସିହା ରେ ନବରଙ୍ଗପୁର ଜିଲା ନିସନା ହାଣ୍ଡି ଗ୍ରାମରେ ଏକ ଜମିଜମା ବିବାଦକୁ କେନ୍ଦ୍ର କରି ଗ୍ରାମର ସଦା ଭତରାଙ୍କୁ ଅଭିଯୁକ୍ତ ପୁରଣ ଭତରା ଲୁହା ରଡ଼ ଏବଂ ପଥର ଛେଚି ହତ୍ୟା କରିଥିଲା। ଏହି ମାମଲାର ଶୁଣାଣି କରି ଆଜି ଜିଲା ଦୌରାଜଜ୍ ଅଶୋକ କୁମାର ପଣ୍ଡା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମକଦ୍ଧମାକୁ ସରକାରଙ୍କ ଓକିଲ ଭାବେ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ସଚି ନନ୍ଦନ ସ୍ୱାଇଁ ପରିଚାଳନା କରିଥିଲେ।

Comments are closed.