ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ

ନବରଙ୍ଗପୁର : ନବରଙ୍ଗପୁର ଜିଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଜିଲାପାଳ ଡ.ଅଜିତ କୁମାର ମିଶ୍ର ସାଧୁତାର ଶପଥ ପାଠ କରାଇଥିଲେ। ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାରୀ କର୍ମଚାରୀ ଓ ଘରୋଇ କ୍ଷେତ୍ର ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା ସହିତ ସର୍ବାଧିକ ସାଧୁତା ଓ ସତ୍ୟନିଷ୍ଠାରେ ପ୍ରତିବଦ୍ଧ ରହି ଦୁର୍ନୀତି ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ ବୋଲି ଜିଲାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।

 

ଏହି ସାଧୁତାର ଶପଥ ପାଠ କଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ,ଡେପୁଟି ଜିଲ୍ଲାପାଳ, ସହକାରୀ ଜିଲାପାଳ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲା କ୍ରୀଡା ଓ ସଂସ୍କୃତି ଅଧିକାରୀ, ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.