କ୍ଷୁଦ୍ରଗ୍ରହର ଆବିଷ୍କାରକ ବନିତା

ନବରଙ୍ଗପୁର: ନବରଙ୍ଗପୁର ସହରର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନିଜର ନିଆରା ଅନୁଭୂତି ବାଣ୍ଟିଲେ କ୍ଷୁଦ୍ରଗ୍ରହର ଆବିଷ୍କାରକ ବନିତା ଦାଶ। ଜିଲା ଶିକ୍ଷା ଅଧିକାରୀଙ୍କର ଦ୍ୱାରା ନବରଙ୍ଗପୁର ଆରସିଡି ନୋଡାଲ ଉଚ୍ଚବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବନିତା ମହାକାଶ ବିଞାନର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସେ କିଭଳି କ୍ଷୁଦ୍ରଗ୍ରହ ସନ୍ଧାନ କାର୍ଯ୍ୟକ୍ରମରେ ଭାଗ ନେଇ ସଫଳତା ହାସଲ କରିଥିଲେ ତାହା ବର୍ଣ୍ଣନା କରିଥିଲେ। ସେ ନବନିର୍ମିତ ସ୍ମାର୍ଟକ୍ଲାସରେ ପାୱାର ପଏଣ୍ଟ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରାଇଥିଲେ। ସ୍ପପ୍ନ ଦେଖିଲେ ହିଁ କିଛି ହାସଲ କରିହେବ ବୋଲି ସେ କହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

 

ଏହି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁପ୍ରିୟା ନାୟକ ସ୍ୱାଗତ ଭାଷଣ ପୂର୍ବକ ବନିତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଡଃ.ରମେଶଲାଲ ନାୟକ ବନିତାଙ୍କର ଆବିଷ୍କାର ନବରଙ୍ଗପୁରର ଛାତ୍ରଛାତ୍ରୀଙ୍କର ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ବିଞାନ ପରାମର୍ଶଦାତା ଶିବରାମ ପାଣିଗ୍ରାହୀ ବନିତା ନବରଙ୍ଗପୁର ମାଟିର ଗର୍ବ ବୋଲି କହିଥିଲେ। ଏଥିରେ ବିଦ୍ୟାଳୟର ଗଣିତଶିକ୍ଷକ ଚିତ୍ତରଞନ ପଟ୍ଟନାୟକ,ବିଞାନ ଶିକ୍ଷକ ବୈକୁଷ୍ଠନାଥ ଜେନା ଓ ଭାରତୀ ବିଷୋୟୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ଏଥିର ବହୁ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Comments are closed.