କଂଗ୍ରେସରୁ ଇସ୍ତଫା ଦେଲେ ନଗର ସଭାପତି

ନବରଙ୍ଗପୁର: ନବରଙ୍ଗପୁରର ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କଂଗ୍ରେସ ଛାଡିଥିବାବେଳେ ଶୁକ୍ରବାରଦିନ ନବରଙ୍ଗପୁର ନଗର କଂଗ୍ରେସ ସଭାପତି ଯୁବନେତା ଉତ୍ତମ ତ୍ରିପାଠୀ (ଲାଲୁ) ଦଳ ଛାଡିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଜିଲା କଂଗ୍ରେସ କମିଟି ସଭାପତି ଙ୍କୁ ପଠାଇଛନ୍ତି । ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିବା ଦର୍ଶାଇବା ସହ କଂଗ୍ରେସ ତାଙ୍କୁ ପଦ ଓ ମର୍ଯ୍ୟଦା ଦେଇଥିବାରୁ କୃତଞତା ଜଣାଇଛନ୍ତି। ତେବେ ସେ ନିଜର ବ୍ୟକ୍ତିଗତ କାରଣରୁ କଂଗ୍ରେସ ଛାଡୁଥିବା ଦର୍ଶାଇଛନ୍ତି। ତେବେ ପୂର୍ବରୁ ଜିଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତରା ଓ ଜିଲା ଯୁବ କଂଗ୍ରେସ ମୁଖପାତ୍ର ସୁମିତ ପୂଜାରୀ କଂଗ୍ରେସରୁ ଇସ୍ତଫା ଦେଇ ସାରିଛନ୍ତି।ତେବେ ଆଜି ନଗର ସଭାପତିଙ୍କର ଇସ୍ତଫା କଂଗ୍ରେସକୁ ଅଧିକ ଚିନ୍ତିତ କରିଛି।

Comments are closed.