ବନ ବିଭାଗର ପୋଖରୀ ଖୋଳା ଦୁର୍ନୀତି ପ୍ରସଙ୍ଗ , ତଦନ୍ତ କଲେ ୧୦ ଜଣିଆ ପ୍ରତିନିଧି ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ସାନ ପାଞ୍ଜିଆରିଗୁଡ଼ା ରେ ୨୦୨୦/୨୧ ରେ ପୋଖରୀ ଖନନ ନାମରେ ମିଥ୍ୟା ବିଲ କରାଯାଇ ୧ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବିଲ କରାଯାଇଥିବା ଅଭିଯୋଗ ହୋଇଥିଲା ଏବଂ ସେହିଗ୍ରାମରେ କୌଣସି ପୋଖରୀ ଖୋଳା ଯାଇ ନ ଥିଲା। ଏ ନେଇ ବିଭିନ୍ନ ଖବର କାଗଜ ରେ ପ୍ରସାରଣ ପରେ ବନ ବିଭାଗ ତରଫରୁ ଜଟାବାଲ ବନପାଳ ରାମଚନ୍ଦ୍ର ଜାନିଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଥିଲା। କିନ୍ତୁ ଏହି ପୋଖରୀ ଖୋଳା ଦୁର୍ନୀତି ରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଥା ଜିଲ୍ଲା ବନ ଖଣ୍ଡ ଅଧିକାରୀ ସମ ପରିମାଣ ର ଦାୟୀ ବୋଲି ଗତ ମାସରେ ନବରଙ୍ଗପୁରରେ ହୋଇଥିବା ଜିଲ୍ଲା ସ୍ତରୀୟ ଦିସା ବୈଠକ ରେ ଅଭିଯୋଗ ହୋଇଥିଲା।

 

ଏଥିରେ ଅଧ୍ୟକ୍ଷତା କରୁଥବା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇ ୧୫ ଦିନ ମଧ୍ୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ . ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ପିଡି (ଡିଆରଡିଏ) ରତ୍ନାକର ସାହୁଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍ ବଡ଼ ପାଞ୍ଜିଆରିଗୁଡା ଗ୍ରାମକୁ ଯାଇ ତଦନ୍ତ କରିଥିଲେ। ପଶୁ ପକ୍ଷୀ ଓ ଜୀବ ଜନ୍ତୁ ଙ୍କ ବ୍ୟେବହାର ନିମନ୍ତେ ଆସିଥିବା ପୋଖରୀ କୁ ମିଥ୍ୟା ବିଲ କରାଯାଇଥିବା ବେଳେ ତରବରିଆ ଭାବେ ଉକ୍ତ ପୋଖରୀକୁ ବଡ଼ ପାଞ୍ଜିଆର ଗୁଡ଼ା ଜଙ୍ଗଲ ମଧ୍ୟରେ ଅଳ୍ପ ଖୋଳା ଯାଇଥିଲା . ତେବେ ଗ୍ରାମବାସୀ ଏହା ଜାଣିବା ପରେ ବନ ବିଭାଗ ତରଫରୁ ପୋଖରୀ ଖୋଳା ବନ୍ଦ କରାଯାଇଥିଲା। ଉକ୍ତ ସ୍ଥାନରେ ପ୍ରାଥମିକ ତଦନ୍ତ ଓ ପରିଦର୍ଶନ ସହ ଏହି ୧୦ ଜଣିଆ ଟିମ୍ ଗ୍ରାମବାସୀଙ୍କ ସହ ଏ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରି ଥିଲେ। ଏହି ୧୦ ଜଣିଆ ଟିମ୍ ର ସବିଶେଷ ରିପୋର୍ଟ ପରେ ଏଥିରେ ସଂପୃକ୍ତି ଥିବା ବନ ବିଭାଗ ର ଅନ୍ୟ ଉଚ୍ଚ ପଦସ୍ତ ଅଧିକାରୀଙ୍କ ବିରୁଦ୍ଧରେ କି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା . ଏହି ୧୦ ଜଣଆ ଟିମ୍ ରେ ଅନ୍ୟ ମାନଙ୍କ ମଧ୍ୟରେ ଡିଆରଡିଏ ( ପିଓ) ରାଜେଶ ପଟ୍ଟନାୟକ, ଓର୍ମାସ ର ଉମା ମହେଶ, ନନ୍ଦାହାଣ୍ଡି ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ମାଝୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣାପଡିଛି।

Comments are closed.