ଅଲେଖ ମଠକୁ ପ୍ରତିଦିନ ଆସୁଛନ୍ତି ଭାଲୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଞ୍ଚାୟତ ବାସିନୀ ଗ୍ରାମଠୁ କିଛି ଦୂରରେ ଥିବା ଏକ ପାହାଡ଼ ତଳ ଅଲେଖ ମଠରେ ରହୁଛନ୍ତି କିଛି ଅଲେଖ ଧର୍ମ ଗୁରୁ। କିଛିଦିନ ହେବ ସେଠାକୁ ସନ୍ଧ୍ୟା ୪ ଘଣ୍ଟ ସମୟ ପାଖାପାଖି ୪/୫ ଟି ଭାଲୁ ପ୍ରତ୍ୟେକ ଦିନ ଆସି ମଠ ଭିତରେ ଯାଇ ସେଠାରେ ଭୋଗ ଆଦି ଖାଇ ପୁଣି ରାତ୍ରରେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଉଥିବା ଖବର ପ୍ରସାରିତ ହେବା ପରେ ଦୈନିକ ହଜାର ହଜାର ସଂଖ୍ୟାରେ ଆଖପାଖ ଅଞ୍ଚଳ ଲୋକେ ଜମା ହୋଇ ଭାଲୁ ରାସ୍ତା ପାର ହୋଇ ମଠକୁ ଯିବା ଦୃଶ୍ୟ ଦେଖୁଛନ୍ତି। ଭାଲୁ ଗୁଡିକ କାହାର କିଛି ଅନିଷ୍ଟ କରି ନ ଥିବା ବେଳେ ମଠରେ ଥିବା ଲୋକଙ୍କ ମଧ୍ୟ କିଛି ଅନିଷ୍ଟ କରୁନାହାନ୍ତି। ଏହାକୁ କିଛିଲୋକ ଅଲୌକିକ ଘଟଣା ବୋଲି ଭାବୁଥିବ ବେଳେ ଦିନକୁ ଦିନ ଏଠାରେ ବହୁତ ଲୋକ ଜମା ହୋଇ ଭାଲୁକୁ ଦେଖିବାକୁ ଭିଡ଼ ଜମାଉ ଥିବା ଜାଣିବାକୁ ପାଇବା ପରେ ଆଜି ନବରଙ୍ଗପୁର ଡ଼ିଏଫଓ ମଗର ଧାନାଜି ରାଉସଙ୍କ ନିର୍ଦେଶରେ ନବରଙ୍ଗପୁର, କୋଡୀଙ୍ଗା ଏବଂ ଡାବୁଗାଁ ରେଞ୍ଜ ର ୪୦ ରୁ ୪୫ ଜଣ ବନକର୍ମଚାରୀ ସେଠାକୁ ଯାଇ ଲୋକଙ୍କୁ ସେହି ସ୍ଥାନରେ ନ ଯିବାପାଇଁ ପରାମର୍ଶ ଦେବାସହ ସନ୍ଧ୍ୟା ତମାମ ସେଠାରେ ଜଗି ରହିଥିଲେ ଆଜି ବି ସେମାନଙ୍କ ଉପସ୍ଥିତରେ ୪ଟି ଭାଲୁ ଆସି ମଠ ଭିତରେ ରହି ରାତ୍ରରେ ଜଙ୍ଗଲକୁ ଚାଲି ଯାଇଥିଲେ। ଏଠି ଏତେ ସଂଖ୍ୟାରେ ଲୋକ ଜମା ହେଉଥିବା ବେଳେ ପୁଲିସ ପାଖରେ ଖବର ଥାଇ ମଧ୍ୟ ସେ ସ୍ଥାନକୁ ଯାଉ ନ ଥିବା ବେଳେ ଲୋକ ଗହଳିରେ ଯଦି ଭାଲୁ ହିଂସ୍ର ହୋଇଯାଏ ତା ହେଲେ ଅବସ୍ଥା ସାଙ୍ଘାତିକ ହୋଇପାରେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରମୁଖ କହିଛନ୍ତି। ଗହଳିରେ ଲୋକେ ମାନୁନାହାନ୍ତି ସାମାଜିକ ଦୂରତା ଏପରି ସ୍ଥଳେ ଆଜି ବନ ବିଭାଗ ତରଫରୁ ପଦକ୍ଷେପ ନିଆଯାଇଛି।