ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୪ ଅଭିଯୁକ୍ତ ଗିରଫ

ନବରଙ୍ଗପୁର: ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଏକ ଜୀବନ୍ତ ବଜ୍ରକାପ୍ତାକୁ ପୁଲିସ ଉଦ୍ଧାର କରିଛି। ବଜ୍ରକାପ୍ତା ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏକ ଜୀବନ୍ତ ବଜ୍ରକାପ୍ତାକୁ ନବରଙ୍ଗପୁର ଥାନା ଅନ୍ତର୍ଗତ ଚିକିଲି -ଧାରନାବେଡା ରାସ୍ତା କଡ଼ରେ ଗୁପ୍ତ ଭାବରେ ବାହାର ରାଜ୍ୟକୁ ଏକ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚେଷ୍ଟା କରୁଥିବା ବେଳେ ନବରଙ୍ଗପୁର ବନବିଭାଗ ବିଶ୍ଵସ୍ଥସୂତ୍ରରୁ ଖବର ପାଇ ବଜ୍ରକାପ୍ତାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛି।

ଏହା ସହିତ ବଜ୍ରକାପ୍ତା ବିକ୍ରୀ କରିବାକୁ ଚେଷ୍ଟା କରୁଥିବା ଚାରି ଜଣ ଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଗୋଟିଏ ସ୍କୁଟି, ଚାରିଟି ମୋବାଇଲ, ଗୋଟିଏ ଖଣ୍ଡା ଓ ଗୋଟିଏ ଟାଙ୍ଗିଆ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ – ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ବୃନ୍ଦାବନ ପୂଜାରୀ, ଚିତ୍ରୋକୋଟ ଗ୍ରାମର ଲୁଥର ଟାକ୍ରି, ରାୟଗଡା ଜିଲାର ଶ୍ରୀପ ହେମ୍ବ୍ରମ ଓ କୋରାପୁଟ ଜିଲା ବୈପାରୀଗୁଡ଼ାର ଶୁକ୍ର ମୁଦୁଲି । ସମସ୍ତଙ୍କ ବିରୁଦ୍ଧରେ ବନ ବିଭାଗ ୮୧/୨୧ ନମ୍ବରରେ କେଶ କରି ବିଭିନ୍ନ ସେକ୍ସନ ଲଗାଇ କୋର୍ଟ ଚାଲାଣ କରିଛି । ଉଦ୍ଧାର ଜୀବନ୍ତ ବଜ୍ରକାପ୍ତାର ଓଜନ ୮.୨ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବା ୧୩୪ ସେଣ୍ଟିମିଟର ରହିଥିବା ନବରଙ୍ଗପୁର ଏସିଏଫ ଧନୁର୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଦିନକୁ ଦିନ ଏଭଳି ବନ୍ୟଜନ୍ତୁ ରେକେଟ ବୃଦ୍ଧି ପାଉଥିବାରୁ ଆଗକୁ ପୁରାପୁରି ବନବିଭାଗ ସତର୍କ ରହିଥିବା ସୂଚନା ଦେଇଛନ୍ତି ।

Comments are closed.