ଦଳରୁ ବହିଷ୍କୃତ ନେତାଙ୍କ ରକ୍ତଦାନ ନେଇ ଉମରକୋଟରେ ଚର୍ଚ୍ଚା

ନବରଙ୍ଗପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୭୪ତମ ଜନ୍ମଦିନରେ ଉମରକୋଟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଜିଲା କୁଇ ସମାଜ ବିକାଶ ପରିଷଦର ଉପଦେଷ୍ଠା ସମାଜସେବୀ ତଥା ବିଜେଡିର ବହିସ୍କୃତ ନେତା ସୟଦ୍‍ କାଜମ୍‍ ମଦାନୀଙ୍କର ଆୟୋଜନରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୫୨ ଜଣ ରକ୍ତଦାନ କରିଥିଲେ। ଏହି ଶିବିରକୁ ପ୍ରଥମେ କାଜମ୍‍ ମଦାନୀ ଏହାକୁ ଶୁଭଉଦ୍‍ଘାଟନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କର ଜନ୍ମଦିନରେ ଅବସରରେ ଏହି ଶିବିର କରାଯାଉଥିବା କହିଥିଲେ। ଗତ ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ବାବୁ ଓଡିଶାର ସାମଗ୍ରୀକ ବିକାଶର କରିବା ସହ ବହୁ ଜନହୀତ କରାଯୋଜନା କାର୍ଯ୍ୟକାରୀ କରିଥିବା କହିଥିଲେ। ରାଜ୍ୟର ଉନ୍ନତିରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ।

ଏଥିରେ ସରକାରୀ ଆଇନଜୀବୀ ସୁଧାଶୁଂ ସାଧୂ, ବିକ୍ରମସିଂ, ପବିତ୍ର ଗରଡା, ଜାକିର ହୁସେନ, ଆଇନଜୀବୀ ଶ୍ରୀନିବାସ ପଟ୍ଟନାୟକ, ଜାକିର ହୁସେନ୍‍ ସମେତ ପରିଷଦ ଉପସଭାପତି ଦାନିଏଲ ହିକକା, ଓ ସମ୍ପାଦକ ଜିଲ୍ଲା ଶାନ୍ତାପ୍ରମୂଖ ଯୋଗ ଦେଇ ସହଯୋଗ କରିଥିଲେ। ନବରଙ୍ଗପୁର ଜିଲା ଡାକ୍ତରଖାନା ରେଡକ୍ରସର ଡାକ୍ତର ଦେବବ୍ରତ ଡାକୁଆଙ୍କର ସମେତ ତାଙ୍କର ଟିମ ଏହି ଶିବିର ପରିଚାଳନା କରିଥିଲେ। ସୂଚନା ଯୋଗ୍ୟଯେ, ବିଜେଡିର ଜିଲା ସଂଖ୍ୟାଲଘୁ ସେଲର ସଭାପତି ଥିବା କାଜମ ମଦାନୀଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ଜନ୍ମଦିନକୁ ଜିଲା ବିଜୁ ଜନତା ଦଳ ପାଳନ କରିନଥିବା ବେଳେ ଦଳରୁ ଜଣେ ବହିଷ୍କୃତ ନେତା ରକ୍ତଦାନ ଶିବିର କରିବା ନେଇ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।

Comments are closed.