ଶିକ୍ଷକ ପାଲଟିଛନ୍ତି ବିଜେଡି କର୍ମୀ, ବହିସ୍କାର ଦାବିକଲା ବିଜେପି

ନବରଙ୍ଗପୁର: ନବରଙ୍ଗପୁର ଜିଲା ଅନ୍ତର୍ଗତ କୋଷାଗୁମଡାବ୍ଳକର ମଦେଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଦୀର୍ଘବର୍ଷ ଧରି ଶାସକ ବିଜୁଜନତାଦଳର କର୍ମୀ ଭାବେ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ଶଙ୍ଖଚିହ୍ନଥିବା ଉତ୍ତରୀୟ ଧାରଣ କରି ସାମଲି ହେଉଛନ୍ତି। ସେହି ଶିକ୍ଷକ ଜଣକ ମଦେଗାଁ ପଞ୍ଚାୟତରେ ସବୁଠିକାକାମ କରୁଥିବା ଓ ବିଜେଡି ପାଇଁ ପ୍ରଚାର କରିବା ସହ ଦଳୀୟ ପାଣ୍ଠି ସଂଗ୍ରହ କରୁଥିବାନେଇ ଜିଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ କହିଥିଲେ ଯେ, ମଦେଗାଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କର ନିଜଗାଁ ମଦେଗାଁ ହୋଇଥିବାବେଳେ ସେ ନିଜଗାଁ ବିଦ୍ୟାଳୟରେ ଶିକ୍ଷକ ରହି ପଞ୍ଚାୟତରେ ଖୋଲାଖୋଲିଭାବେ ଶାସକ ବିଜେଡି ପାଇଁ କାମ କରୁଛନ୍ତି। ଯାହାକି ସେ ସରକାରୀ ସର୍ଭିସ ରୁଲ୍‍ ଆଇନର ଖିଲାଫ କରିଛନ୍ତି। ଗତ ୮ତାରିଖ ଦିନ ବିଜେଡିର କର୍ଚ୍ଚାମାଳ ଠାରେ ଆୟେଜିତ ଦଳୀୟ ମିଶ୍ରଣପର୍ବ କାର୍ଯ୍ୟକ୍ରମରେ ସାଂସଦ ଓ ବିଧାୟକ ଉପସ୍ଥିତଥିଲେ।

 

ସେଠାରେ ସେ ଯୋଗଦେଇଥିଲେ। ଯାହାକି ବିଜେଡି ପକ୍ଷରୁ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଶିକ୍ଷକ ମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରୁଥିବାନେଇ ଲୋକଲୋଚନକୁ ଆସିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରମାଣସ୍ୱରୂପ ସେ ବିଜେଡି ଦଳର କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଏହି ଶିକ୍ଷକଙ୍କର ୩ଟି ଫୋଟ ପ୍ରଦର୍ଶିତ କରିଥିଲେ। ଏହି ଶିକ୍ଷକଙ୍କର ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ତୁରନ୍ତ ପଦକ୍ଷେପ ନେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ନଚେତ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ବିଜେଡିର ଏଭଳି କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ସହିତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି ଉପସଭାପତି ସତ୍ୟବାଦୀ ଷଡଙ୍ଗୀ, ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ବରିଷ୍ଠନେତା ଦେବଦାସ ମହାଙ୍କୁଡ, ନଗର ସଭାପତ ପିଣ୍ଟୁ ମିଶ୍ର ଓ ନଗର ଯୁବସଭାପତି ଭିକି ଜେନା ପ୍ରମୂଖ ଉପସ୍ଥିତ ଥିଲେ।

Comments are closed.