ପଥର କୁଆଁରିକୁ ନେଇ ବିବାଦ, ଗାଁ ହେଲା ପୁରୁଷ ଶୁନ୍ୟ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଉସିଗାଁ ମୌଜା ପଥର କୁଆଁରୀକୁ ନେଇ ବଢ଼ିଲା ବିବାଦ। ଗତକାଲି ପ୍ରଶାସନ ପକ୍ଷରୁ ତଦନ୍ତ କରିବା ପାଇଁ ଯାଇଥିବା ବେଳେ ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାମଣା ସତ୍ୱେ ଲୋକେ କୋଣସି କଥା ଶୁଣିନଥିଲେ। ଗାଁ ଲୋକେ ଓ ଖଣିର ଦୁଇ କର୍ମଚାରୀ ଠେଲା ପେଲା ଓ ଧସ୍ତାଧସ୍ତି କରିଥିଲେ। ଏ ନେଇ ପାପଡାହାଣ୍ଡି ଥାନାରେ ଏତଲା ହୋଇଛି। ପ୍ରଶାସନ ଓ ଖଣି ମାଲିକଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଏତଲା ହୋଇଛି।

ଶତାଧିକ ଗ୍ରାମବାସୀ ପାଟି ତୁଣ୍ଡ ହୋ ହଲ୍ଲା କରିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଘଟଣା ନେଇ ମାଜିଷ୍ଟ୍ରେଟ ଓ ଖଣିମାଲିକ ଥାନାରେ ଏତଲା ଦେଇଛନ୍ତି। ଏ ନେଇ ପାପଡାହାଣ୍ଡି ଥାନାରେ ମାମଲା ରୁଜୁ ହେଇଛି କିନ୍ତୁ ଆଜି ପ୍ରଶାସନ କଡା ଆଭିମୁଖ୍ୟ ଦେଖାଇଛି। ଘଟଣାସ୍ଥଳରେ ଆଜି ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଗ୍ରାମରେ ୧୪୪ ଧାରା ଲାଗୁକରି ମାଜିଷ୍ଟ୍ରେଟଙ୍କ ଉପସ୍ତିତିରେ ତଦନ୍ତ ଆରମ୍ବ ହୋଇଛି। ପୋଲିସର କାର୍ଯ୍ୟାନୁଷ୍ଠାନର ପୂର୍ବ ଅନୁମାନ କରି ଆଜି ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଥିଲା। ଶତାଧିକ ମହିଳା ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ଉପସ୍ତିତିରେ କ୍ରସର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏପଟେ ପାପଡାହାଣ୍ଡି ଥାନାରେ ପୃଥକ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଥିବା ବେଳେ ଗ୍ରାମର ୬୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାମରେ ଏତଲା ହୋଇଥିବା ଏସ୍ଡ଼ିପିଓ ଆଦିତ୍ୟ ସେନ କହିଛନ୍ତି। ଏପଟେ ଭୟରେ ଗ୍ରାମରେ ଗୋଟିଏ ହେଲେବି ପୁରୁଷ ନ ଥିବା ବେଳେ ଗ୍ରାମରେ ଚାପା ଉତେଜନା ଦେଖାଦେଇଛି। ଆଜି ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ମଧୁସୂଦନ ମାଝୀ, ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ପାପଡାହାଣ୍ଡି ଥାନା ଅଧିକାରୀ ସୁବେନ୍ଦୁ ଶବର, ତୁମ୍ଭର୍ଲl ଫାଣ୍ଡି ଅଧିକାରୀ ସୁବେନ୍ଦୁ କୁମାର ବେହେରା ଓ ଉଭୟ ମହିଳା ଏବଂ ପୁରୁଷ ପୋଲିସ ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ଏବେବି ଗ୍ରାମରେ ଜଗି ରହିଥିବା ଜଣାପଡିଛି।

Comments are closed.