ମଇ ୧୭ରୁ କାର୍ଯ୍ୟକ୍ଷମ ହେବ ନବରଙ୍ଗପୁର ନୂତନ କୋର୍ଟଗୃହ 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ନୂତନ କୋର୍ଟ ଗୃହ ଆସନ୍ତା ମଇ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।
ଗତ ଏପ୍ରିଲ ୧୭ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧର ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ। ନବରଙ୍ଗପୁର ଜିଲ୍ଲା ଅଦାଲତ ନୂତନ ଗୃହରେ ଆସନ୍ତା ମଇ ୧୭ ଦିନ କାର୍ୟ୍ୟକ୍ଷମ ହେବା ସହ ପୁରୁଣା କୋର୍ଟରେ କାର୍ୟ୍ୟ କରୁଥିବା ୧୧ଗୋଟି କୋର୍ଟକୁ ଏହି ନୂତନ କୋଠାକୁ ସ୍ଥାନାନ୍ତର ହେବ ବୋଲି କୋର୍ଟ ରେଜିଷ୍ଟାରଙ୍କ ସୂଚନା ଆଧାରରେ ଓକିଲ ସଙ୍ଘ ସଭାପତି ଆଶିଷ ରଞ୍ଜନ ପଟନାୟକ ଏବଂ ସମ୍ପାଦକ ରାମ ପ୍ରସାଦ ପାତ୍ର ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି।

Comments are closed.