ଜାତୀୟ ରାଜପଥ ଉପରେ ଶବ ରଖି ପ୍ରତିବାଦ

ନବରଙ୍ଗପୁର: ଗ୍ରାମ୍ୟ ଶ୍ମଶାନକୁ ପରିବହନ ବିଭାଗ କାର୍ଯ୍ୟାଳୟ ପାର୍ଶ୍ୱ ଦେଇ ଯାଇଥିବା ରାସ୍ତା ଉପରେ ମୁନସିପାଲଟି ପକ୍ଷରୁ କୁଢ଼ କୁଢ଼ ଆବର୍ଜନା ଗଦା ହୋଇଥିବାରୁ ଏହାର ପ୍ରତିବାଦରେ ମାଝିଗୁଡ଼ା ଗ୍ରାମବାସୀ ଜାତୀୟ ରାଜପଥ ଉପରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ଜାତୀୟ ରାଜପଥ ଉପରେ ଶବ ରଖି ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଆଜି ମାଝିଗୁଡା ଗ୍ରାମର ଜଣେ ବୃଦ୍ଧାଙ୍କ ଦେହାନ୍ତ ହୋଇଥିଲା।

 

ଶ୍ମଶାନକୁ ଶବ ସତ୍କାର ପାଇଁ ଯିବା ସମୟରେ ରାସ୍ତା ଆବର୍ଜନା ଦ୍ୱାରା ପରିପୂର୍ଣ ହୋଇଥିବା ଦେଖି ଉତ୍ୟକ୍ତ ହୋଇଥିଲେ ଗ୍ରାମବାସୀ ଏବଂ ୨୬ ନମ୍ବର ରାଜପଥ ଉପରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରାସ୍ତା ଉପରେ ଆଉ ଆବର୍ଜନା ନ ପକାଇବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଉତ୍ୟକ୍ତ ଲୋକେ ଶାନ୍ତ ହୋଇଥିଲେ ଏବଂ ରାସ୍ତା ଅବରୋଧ ହଟାଇଥିଲେ।

Comments are closed.