ନବରଙ୍ଗପୁର ଡ଼ିଏଫଓଙ୍କ ବଦଳି, ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ଯୋଗଦେବେ 

ନବରଙ୍ଗପୁର: ନବରଙ୍ଗପୁର ଡ଼ିଏଫଓ ମଗର ଧନାଜୀ ରାଉସଙ୍କ ବଦଳି ଆଦେଶ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ପ୍ରସନ୍ନ କୁମାର ବେହେରା ଯୋଗଦେବେ। ଏନେଇ ଓଡିଶା ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ସରକାର ତରଫରୁ ଵିଜ୍ଞପ୍ତି ଜାରି ହୋଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଡ଼ିଏଫଓ ମଗର ଧନାଜୀ ରାଉସ ଗତ ୨୦୨୦ ମସିହା ଫେବୃଆରୀ ମାସରେ ନବରଙ୍ଗପୁରଠାରେ କାର୍ଯ୍ୟଭାର ସମ୍ଭାଳିଥିଲେ। ସେ ପ୍ରାୟ ଏକ ବର୍ଷ ୧୦ମାସ କାଳ ରହିବା ପରେ ତାଙ୍କ ସ୍ଥାନରେ ଅନୁଗୁଳ ଡ଼ିଏଫଓ ପ୍ରସନ୍ନ କୁମାର ବେହେରାଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି।

Comments are closed.