ବହି କିଣା ଦୁର୍ନୀତିରେ ଜିଲ୍ଲା ଶିକ୍ଷାଧିକାରୀ, ତଦନ୍ତ ଦାବିକଲା ଶିକ୍ଷକ ସଂଘ

0

ନବରଙ୍ଗପୁର: ନବରଙ୍ଗପୁର ଜିଲା ଶିକ୍ଷା ବିଭାଗ ଦ୍ୱାରା ବିଦ୍ୟାଳୟ ପାଠାଗାର ନିମନ୍ତେ ୯୩ ଲକ୍ଷ ୨୨ ହଜାର ଟଙ୍କାର ପୁସ୍ତକ କିଣାରେ ଦୁର୍ନୀତି ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ତଦନ୍ତ ଦାବି କରିଛି। ଏହି ଘଟଣାରେ ସଂପୃକ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର ଆରକ୍ଷୀ ଅଧିକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏଥିରେ ଜିଲା ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ପାଣିଗ୍ରାହୀ ପୁସ୍ତକ କିଣାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା କରିଥିବା ଦର୍ଶାଯାଇଛି। ସରକାରୀ ଅର୍ଥର ଦୁରୁପଯୋଗ କରି ସେ ଗାଇଡଲାଇନ ଖିଲାଫ କରି କାର୍ଯ୍ୟ କରିଛନ୍ତି।

ଏହି ଅଭିଯୋଗ ସଂପର୍କରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ତଦନ୍ତ କରି ଏହାର ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ଜିଲା ଶିକ୍ଷା ଅଧିକାରୀ ସମସ୍ତ ସରକାରୀ ନୀତିନିୟମ ଖିଲାଫ କରି ଲାଇବ୍ରେରୀ ପୁସ୍ତକ କିଣିଥିବା ଓ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଉଲ୍ଲେଖ କରାଯାଇଛିା ତେବେ ଜିଲା ଶିକ୍ଷା ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏହାର ନକଲ ଜିଲାପାଳ, ‘୫ଟି’ ସଚିବ, ମୋ ସରକାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଓ ଜୟପୁର ଭିଜିଲାନ୍ସ ଏସପିଙ୍କୁ ଦିଆଯାଇ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଏହାକୁ ନେଇ ଜିଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ବିଡ୍ରି ପୀଠଠାରେ ଅନୁଷ୍ଠିତ ହୋଇଥିଲା।

କୋଭିଡ-୧୯ର ଭୟାନକ ପରିସ୍ଥିତି ସମୟରେ ଗତ ଜୁଲାଇ ଓ ଅଗଷ୍ଟ ମାସରେ ଜିଲା ଶିକ୍ଷା ଅଧିକାରୀ, ବ୍ଳକ ଶିକ୍ଷା ଅଧିକାରୀ, ବିଆରସିସି ଓ ସିଆରସିସିମାନେ ଲାଇବ୍ରେରୀ ପୁସ୍ତକ କିଣିବା ପାଇଁ ଏନଇଏଫଟି ମାଧ୍ୟମରେ ଟଙ୍କା ଓ ଚେକ୍‍ ଦେବା ପାଇଁ ଶିକ୍ଷକ ଓ ବିଦ୍ୟାଳୟ କମିଟିମାନଙ୍କୁ ଚାପ ପ୍ରୟୋଗ କରି ମଧ୍ୟସ୍ଥି ସହାୟତାରେ ପୁସ୍ତକ ନୋଡାଲ ସ୍କୁଲକୁ ପଠାଇଥିଲେ। ତେବେ ମାତ୍ର ୨୫ ପୃଷ୍ଠାର ପୁସ୍ତକଗୁଡିକୁ ୩୦୦ରୁ ୪୦୦ ଟଙ୍କାରେ କିଣାଯାଇଛି। ବିଦ୍ୟାଳୟ ଶିକ୍ଷା କମିଟି ଏହି ଦୁର୍ନୀତିରେ ସଂପୃକ୍ତ ନଥିବା କୁହାଯାଇଛି। ତେବେ କମିଟି ପୁସ୍ତକ କିଣିଥିଲେ ଭଲ ପୁସ୍ତକ କିଣିଥାନ୍ତେ। କିନ୍ତୁ ଜିଲା ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟରୁ ପୁସ୍ତକ କିଣି ଦିଆଯାଇଛି। ଯଦି ପଣସ ଖାଇ ଶିକ୍ଷକ ଓ କମିଟିମୁଣ୍ଡରେ ଅଠା ବୋଳି ଦିଆଯାଏ ତାହାହେଲେ ଜିଲା ଶିକ୍ଷକ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବ ବୋଲି ଚେତାବନୀ ଦିଆଯାଇଛି।

ଏହିବୈଠକରେ ସଂଘର ଜିଲାସ୍ତରୀୟ କର୍ମକର୍ତ୍ତମାନେ ଯୋଗଦେଇ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ମଧ୍ୟ ଆଲୋଚନା କରିଥିବା ସଂଘର ଜିଲା ସାଧାରଣ ସମ୍ପାଦକ ରମଣୀ ରଞନ ତ୍ରିପାଠୀ ଏକ ପ୍ରେସ ବିଞପ୍ତିରେ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଦୁର୍ନୀତି ନେଇ ଜଣେ ଆଇନଜୀବୀ ମଧ୍ୟ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ତେବେ ଦୀର୍ଘଦିନ ପରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଜିଲା ଶିକ୍ଷକ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି।

Skip to secondary content. buy cialis Search for:.

Leave A Reply