ନବରଙ୍ଗପୁରରେ କରୋନା ପରିସ୍ଥିତି ଜଟିଳ: ପୁଣି ଗୋଟିଏ ଦିନରେ ୩୩୬ ଆକ୍ରାନ୍ତ ଚିହ୍ନଟ, ସହରକୁ କରାଗଲା ବିଶୋଧନ

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କୋରାନା ଆକ୍ରାନ୍ତ ସଂଖ୍ୟା କମୁନଥିବାବେଳେ ପ୍ରତିଦିନ ଏହା ବୃଦ୍ଧି ପାଉପାଉଛି। ରବିବାରଦିନ ଜିଲାରେ ମୋଟ ୩୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ତାଲାବନ୍ଦର ଆଜି ରବିବାର ହୋଇଥିବାବେଳେ ନବରଙ୍ଗପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାରୁ ଶୁନଶାନ ହୋଇଛି। ପୁଲିସ ପେଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଜିଲାରେ ମୋଟ ୧୩୨୩୬ କରୋନା ଆକ୍ରାନ୍ତ ହୋଇ ସାରିଥିବାବେଳେ ସେଥିମଧ୍ୟରୁ ୯୬୪୬ ଜଣ ସୁସ୍ଥ ହୋଇଛନ୍ତିା ବର୍ତ୍ତମାନ ମୋଟ ୩୪୯୯ ଜଣ କରୋନା ସଂକ୍ରମିତ ରହିଥିବାବେଳେ ହୋଇଥିବାବେଳେ ସେଥିମଧ୍ୟରୁ ମୋଟ ୩୩୬୩ ଜଣ ନିଜଘରେ ଏକାନ୍ତବାସରେ ରହିଛନ୍ତି। ଅନ୍ୟମାନେ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତେବେ ଆଜି ଜିଲାରେ ୩୩୬ ଜଣ ଆକ୍ରାନ୍ତ ମଧ୍ୟରୁ ଚନ୍ଦାହାଣ୍ଡି ବ୍ଳକରେ ୪୧ଜଣ ଜଣ ଆକ୍ରାନ୍ତ ହୋଇଥିବାବେଳେ ରାଇଘରବ୍ଳକରେ ୫୩ ଜଣ, ଝରିଗାଁବ୍ଳକରେ ୩୪ଜଣ, ଉମରକୋଟ ବ୍ଳକରେ୫୬ ଜଣ , ଉମରକୋଟ ପୈାରାଞ୍ଚଳରେ ୨୫ଜଣ, ନବରଙ୍ଗପୁର ପୈାରାଞ୍ଚଳରେ ୧୫ ନବରଙ୍ଗପୁର ବ୍ଳକରେ ୧୧ଜଣ, ଡାବୁଗାଁବ୍ଲକରେ ୧୮ଜଣ, ପାପଡାହାଣ୍ଡି ବ୍ଳକରେ ୧୩ଜଣ, କୋଷାଗୁମୁଡା ବ୍ଳକରେ ୨୮ଜଣ ଓ ତେନ୍ତୁଳିଖୁଣ୍ଟି ବ୍ଳକରେ ୧୬ଜଣ ଆକ୍ରାନ୍ତ ଓ ନନ୍ଦାହାଣ୍ଡି ବ୍ଳକରେ ୨୬ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ଦିନକୁ ଦିନ କରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତା ବଢାଇ ଦେଇଛି। ତେବେ କେବଳ ନବରଙ୍ଗପୁର ସହରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୩୦୦ ପାର କରିଥିବାବେଳେ ଏହାକୁ ଦୃଷ୍ଟି ରଖି ଦମକଳ ବାହିନୀ ପକ୍ଷରୁ ସହରର ମୁଖ୍ୟରାସ୍ତାକୁ ବିଶୋଧନ କରାଯାଇଛି। ପୈାରପାଳିକା ପକ୍ଷରୁ ନିୟମିତ ଭାବେ ସଞ୍ଚନ କରାଯିବା ସହ ଅମାନିଆଙ୍କର ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବାକୁ ମତ ପ୍ରକାଶ ପାଇଛି।

 

Comments are closed.