ନବରଙ୍ଗପୁରରେ ପୁଣି ଜଣେ ସାମ୍ବାଦିକ କରୋନା ସଂକ୍ରମିତ, ମୋଟ ଆକ୍ରାନ୍ତ ସଂଖ୍ୟା ୨୩୧୪କୁ ବୃଦ୍ଧି

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନା ମହାମାରୀ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାବେଳେ ନବରଙ୍ଗପୁର ସହରର ପୁଣି ଜଣେ ଯୁବ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ଧ୍ୟାରେ ତାଙ୍କୁ ନବରଙ୍ଗପୁର କୋଭିଡ ଡାକ୍ତରଖାନାକୁ ନିଆଯାଇଛି। ତାଙ୍କୁ ଜ୍ୱର ସହ ଦେହବ୍ୟଥା ହେଉଥିବା ସେ ପ୍ରକାଶ କରିଛନ୍ତି। ତେବେ ସେ ସୁସ୍ଥ ଥିବା କୁହାଯାଉଛି। ଜିଲାର ୩ ଜଣ ସାମ୍ବାଦିକ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଆଜି ପୁଣି ଜଣେ ଆକ୍ରାନ୍ତ ହୋଇଥିବାରୁ ଜିଲାରେ ମୋଟ ୪ଜଣ ସାମ୍ବାଦିକ ଆକ୍ରାନ୍ତ ହୋଇଛନ୍ତି। ତେବେ କିଛିଦିନ ତଳେ ଜଣେ କରୋନାରୁ ମୁକ୍ତ ହୋଇଛନ୍ତି। ଜିଲାରେ ପ୍ରତିଦିନ କରୋନା ବୃଦ୍ଧି ପାଉଥିବାବେଳେ କେବଳ ସୋମବାର ଦିନ ଜିଲାରେ ୯୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ନବରଙ୍ଗପୁର ସହରରେ ୩୪ ଜଣ, ଉମରକୋଟ ସହରରେ ୧୩ ଜଣ, ନବରଙ୍ଗପୁର ବ୍ଲକର ୨୩ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକର ୪ଜଣ, କୋଷାଗୁମୁଡାବ୍ଲକର ଜଣେ, ପାପଡାହାଣ୍ଡିବ୍ଳକର ୮ଜଣ, ନନ୍ଦାହାଣ୍ଡିବ୍ଳକର ୮ଜଣ, ଚନ୍ଦାହାଣ୍ଡିବ୍ଲକର ୩ଜଣ ଓ ରାଇଘର ବ୍ଳକର ୪ଜଣ ରହିଛନ୍ତି। ଜିଲାରେ ମୋଟ ୨୩୧୪ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୩୭୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ୯୩୦ ଆକ୍ଟିଭ କେସ୍‍ ମଧ୍ୟରୁ ୭୭୫ଜଣ ହୋମ ଆଇସୋଲେସନରେ ରହିଥିବାବେଳେ ବଳକା ୧୫୫ ଜଣ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

 

Comments are closed.