ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟିବ୍ଳକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ଭାଲୁ ଆକ୍ରମଣରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି।  ମୃତ ବ୍ୟକ୍ତିଙ୍କ ନାମ ଭଗବାନ ଗୈାଡ(୫୦) ବୋଲି ଜଣା ପଡିଛି ।

ସୂଚନା ଅନୁଯାୟୀ,  ଭଗବାନ ଗୈାଡ ଆଜି ଅପରାହ୍ନ ସମୟରେ ଗ୍ରାମର ଶଶ୍ମାନ ନିକଟରେ କାଠ ଆଣିବାକୁ ଯାଇଥିବା ବେଳେ ସେଠାରେ ରହିଥିବା ଦୁଇଟି ଭାଲୁ ହାବୁଡରେ ପଡିଯାଇଥିଲେ। ତେବେ ସେଥିମଧ୍ୟରୁ ଗୋଟିଏ ମା’ ଭାଲୁ ରହିଥିବା ବେଳେ ତାର ଛୁଆ ଭାଲୁ ରହିଥିବା କୁହାଯାଇଛି। ଭାଲୁଟି ଭଗବାନକୁ କାମୁଡି ମାରିଦେଇଥିବା ବେଳେ ଘଟଣାସ୍ଥଳରେହିଁ ତାଙ୍କର ମୃତ୍ୟୁହୋଇଥିବା ଜଣାପଡିଛି। ମା ଭାଲୁଟି ସେଠାରେ ରହିଥିବା ବେଳେ ଗ୍ରାମବାସୀ ମାନେ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନବିଭାଗର କର୍ମଚାରୀ ମାନେ ପହଞ୍ଚି ଭାଲୁକୁ ଧରିବାକୁ ଉଦ୍ୟମ ଜାରି ରଖି ଜାଲ ବିଛାଇଛନ୍ତି । ଭାଲୁକୁ ଆବଶ୍ୟକ ପଡିଲେ ଟ୍ରାଙ୍କୁ ଲାଇଜ କରାଯାଇପାରେ ବୋଲି କୁହାଯାଉଛି।  ମୃତକଙ୍କୁ ଉଦ୍ଧାର କରାଯାଇଛି। ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Comments are closed.