ପୁଅକୁ ଶାବଳରେ ପିଟି ମାରିଲା ବାପା

ଉମରକୋଟ: ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ସରଗୁଲି ଗାଁ ପାଖ କୁମୁଲି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ନିଜ ବାପା ତାର ୨୨ ବର୍ଷୀୟ ପୁଅକୁ ଶାବଳରେ ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ବାପା ପିଟି ମାରିଥିବା ନେଇ ଅନ୍ୟ ୪ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ପୁଉକୁ ପିଟି ମାରିବାପରେ ବାପା ଘଟଣା ସ୍ଥାନରୁ ଫେରାର ହୋଇଯାଇଥିଲା । ପରେ ପୁଲିସ ଅଭିଯୁକ୍ତ ବାପାକୁ ଗିରିଫ କରିଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ୧୦ ବର୍ଷ ତଳେ ନିଜ ସ୍ତ୍ରୀକୁ ହତ୍ୟା କରି ଜେଲ ଯଆଇଥିଲେ। ଏହାପରେ ସେ ଦ୍ବିତୀୟ ବିବାହ କରି କୁମୁଲି ଛକରେ ରହୁଥିଲା। ତେବେ ବାପା କେଉଁ କାରଣରୁ ଏପରି ଅଘଟଣ ଘଟାଇଲା ତାହା ସ୍ପଷ୍ଟ ଜଣାପଡି ନାହିଁ ।

Comments are closed.