କରୋନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା

ନବରଙ୍ଗପୁର : କରୋନା କବଳରେ ସାରା ବିଶ୍ବ। ଏହାର ନିଦାନ ଲାଗି କୌଣସି ଟିକା କିମ୍ବା ଔଷଧ ଅଦ୍ୟାବଧି ବାହାରିନି । କେବଳ ସତର୍କତା ଓ ସଂଯମତା ଦ୍ବାରାହିଁ ଏହାର ମୁକାବିଲା କରାଯାଇପାରିବ। ସେଥିପାଇଁ  ଜନଗହଳିକୁ ରୋକିବା ପାଇଁ  ରାଜ୍ୟସରକାର କରୋନା ପାଇଁ  ୫ଟି ଜିଲା ୮ଟି ସହରକୁ ଲକ ଡାଉନ ଘୋଷଣା କରିବାପରେ ସୋମବାର ପୁଣି ନବରଙ୍ଗପୁର ଜିଲାର ୨ଟି ସହର ଉପରେ କଟକଣା ଲଗାଯାଇଛି। ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଜିଲା ସଦର ମହକୁମା ନବରଙ୍ଗପୁର ଏବଂ ଉମରକୋଟ ସହରରେ ଏହି କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଥିବା ବେଳେ ସାଧାରଣ ପରିବହନ ବ୍ୟବସ୍ଥାରେ କଟକଣା ଲଗାଯାଇଛି। ଟ୍ୟାକ୍ସି ଓ ଅଟୋ ଚାଳନା ଉପରେ ମଧ୍ୟ ରୋକ ଲଗାଯାଇଛି। ହେଲେ ଲୋକେ ଟ୍ୟାକ୍ସି ଓ ଅଟୋରେ ଡାକ୍ତରଖାନାକୁ ଯାଇପାରିବେ।

Comments are closed.