ରାୟପୁରରୁ ବିଶାଖାପାଟଣା ଜାତୀୟରାଜପଥ କାର୍ଯ୍ୟ ତ୍ୱରାନ୍ୱିତ, ଜମିଅଧିଗ୍ରହଣ ପାଇଁ ଚାଲିଛି ପ୍ରସ୍ତୁତି

ନବରଙ୍ଗପୁର ଓ କୋରାପୁଟଜିଲାରେ କେବଳ ୭ଟି ରହଣୀସ୍ଥଳ

ନବରଙ୍ଗପୁର : ବହୁ ପ୍ରତିକ୍ଷୀତ କେନ୍ଦ୍ର ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଦ୍ୱାରା ତିନୋଟି ରାଜ୍ୟକୁ ଯୋଗାଯୋଗ ସୁଗମ କରିବା ପାଇଁ ଆରମ୍ଭ ହୋଇଥିବା ଅର୍ଥନୈତିକ କରିଡର ରାୟପୁର ଠାରୁ ବିଶାଖାପାଟଣା (ଛତିଶଗଡ ରାଜ୍ୟର ରାଜଧାନୀ ରାୟପୁରରୁ ଓଡିଶା ର ନବରଙ୍ଗପୁର ଓ କୋରାପୁଟ ଜିଲା ଦେଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ) ପର୍ଯ୍ୟନ୍ତ ଜାତୀୟ ରାଜପଥ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ମୋଟ ୪୬୪.୬୬୨ କିଲୋମିଟର ବିଶିଷ୍ଟ ଏହି ରାସ୍ତା ଛତିଶଡରାଜ୍ୟରେ ୧୨୪.୬୬୧ କିଲୋମିଟର ,ଓଡିଶାରେ ୨୪୦.୩୭୨କିଲୋମିଟର ଓ ଆନ୍ଧ୍ର ପ୍ରଦେଶରେ ୯୯.୬୧୨୯ କିଲୋମିଟର ନିର୍ମାଣ ହେବ। ବର୍ତ୍ତମାନ ରାୟପୁରରୁ ବିଶାଖାପାଟଣା ମୋଟ ୫୧୪ କିଲେମିଟର ହେଉଥିବାବେଳେ ଏହି ନୂତନ ଜାତୀୟରାଜପଥ ୪୬୪ କିଲୋମିଟର ନିର୍ମାଣ ହେବ। ଫଳରେ ଏହା ନିର୍ମାଣ ହେଲେ ୫୦କିଲୋମିଟର ରାସ୍ତା କମିବ। ବର୍ତ୍ତମାନ ରାୟପୁରରୁ ବିଶାଖାପାଟଣା ୧୩ ଘଣ୍ଟା ଲାଗୁଥିବାବେଳେ ଏହି ନୂତନ ରାସ୍ତା ହେଲେ ମାତ୍ର ୭ଘଣ୍ଟା ଲାଗିବ। ଯାହାକି ଘଣ୍ଟାପ୍ରତିବେଗ ୭୦ କିଲୋମିଟର ରହିବ। ଏହାଦ୍ୱାରା ଯାତ୍ରାର ସମୟ ବଞ୍ଚିବା ସହ ଯାନବାହାନର ଖର୍ଚ୍ଚ କମିବ।

ଏହି ରାସ୍ତା ମୁଖ୍ୟତଃ ଜନସାଧାରଣଙ୍କର ରାସ୍ତା ହେବା ସହିତ ଏହା ବିଭିନ୍ନ ସହର ଓ ଗ୍ରାମକୁ ସଂଯୋଗ ହେଉଥିବାରୁ ସମସ୍ତ ଜନସାଧାରଣ ଅଧିକ ସୁବିଧା ପାଇପାରିବେ।ବିଶେଷ କରି ଶିଳ୍ପ, ଶିକ୍ଷାନୁଷ୍ଠାନ , ପର୍ଯ୍ୟଟନ କେନ୍ଦ୍ର ଓ ଡାକ୍ତରଖାନା ର ଅଧିକ ସୁବିଧା ପାଇପାରିବେ। ସେହିପରି ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ପରିିବହନ ଖର୍ଚକମିବା ସହ ପରିବହନ ଅଧିକ ସୁବିଧାଜନକ ହେବ। ଫଳରେ ବିଭିନ୍ନ ବ୍ୟବସାୟର ଉତ୍ପାଦନ ଓ ଲାଭ ବୃଦ୍ଧିିପାଇବ ବୋଲି ଜାତୀୟରାଜପଥ ପକ୍ଷରୁ କୁହାଯାଇଛି। ଏହି ନୂତନ ରାସ୍ତା ନବରଙ୍ଗପୁର ଜିଲାରେ ୧୧୪.୯୮୯ କିଲୋମିଟର ଓ କୋରାପୁଟରେ ୧୩୬ କିଲୋମିଟର ନିର୍ମାଣ ହେବ। ଏଥିିପାଇଁ ନବରଙ୍ଗପୁର ଜିଲାରେ ମୋଟ ୨୫୨.୩୧୯ ହେକ୍ଟର ଜଙ୍ଗଳଜମି ଜମି ଅଧିଗ୍ରହଣ କରିବାକୁଥିବାବେଳେ ସେଥିରୁ ୩୨.୯୭୯ ହେକ୍ଟର ସଂରକ୍ଷିତ ଜଙ୍ଗଲ ଓ ୨୧୯.୩୪୦ ରାଜସ୍ୱ ଜଙ୍ଗଲ ରହିଛି। କେରାପୁଟଜିଲାରେ ମୋଟ ୩୬୧.୧୪୩ ହେକ୍ଟର ଜଙ୍ଗଲ ଜମିରୁ ସଂରକ୍ଷିତ ଜଙ୍ଗଲ ୮୪.୫୧୯ ଓ ରାଜସ୍ୱ ଜଙ୍ଗଲ ୨୭୬.୬୨୪ ହେକ୍ଟର ଜମି ରହିଛି। ଏହି ରାସ୍ତା ସାଧାରଣ ଜମିରେ ୬୦ମିଟର ଓ ଜଙ୍ଗଲ ଜମିରେ ୪୫ ମିଟର ଓସାରରେ ନିର୍ମାଣ ହେବ। ରାଇଘର ତହସିଲର ଧନରା ଠାରୁ ଆରମ୍ଭ ହୋଇ କଚରାପାରା ପର୍ଯ୍ୟନ୍ତ ୧୯ଟି ଗ୍ରାମ, ଉମରକୋଟ ତହସିଲର ଅଣ୍ଡ୍ରିଗୁଡାଠାରୁ ମାଲିକାଗୁଡା ପର୍ଯ୍ୟନ୍ତ ୧୯ଟି ଗ୍ରାମ, ଝରିଗାଁ ତହସିଲର ମାଝିଆ,ତୁରଞି ଓ ମାଣ୍ଡିଆଗୁଡା ୩ ଟି ଗ୍ରାମ, ଡାବୁଗାଁ ତହସିଲର ନନ୍ଦପୁରାଠାରୁ ବଡଓଲମା ଓ ସାନ ଓଲମା ପର୍ଯ୍ୟନ୍ତ ୧୪ଟି ଗ୍ରାମ, ପାପଡାହାଣ୍ଡି ତହସିଲର ହାତିବେଡା ଠରୁ ପାଳପୁର ପର୍ଯ୍ୟନ୍ତ ୮ଟି ଗ୍ରାମ, ଓ ନବରଙ୍ଗପୁର ତହସିଲର ଚଟାହାଣ୍ଡିରୁ ପୂଜାରିଗୁଡା ପର୍ଯ୍ୟନ୍ତ ୭ଟି ଗ୍ରାମ ର ଜମି ଅଧିଗ୍ରହଣ କାର୍ଯ୍ୟ ହେବ। ତେବେ ଏହି ରାସ୍ତା ପାଇଁ ନବରଙ୍ଗପୁର ଓ କେରାପୁଟଜିଲାର ଫରେଷ୍ଟ କ୍ଲିଏରାନ୍ସ ମିଳି ସାରିଥିବା ଜଣାଯାଇଛି।

ଏହା ସହିତ ଡିଜିପିଏସ ର୍ସର୍ଭ ମଧ୍ୟ ଶେଷ ହୋଇଛି। ତେବେ ଏହି ରାସ୍ତା ନବରଙ୍ଗପୁରଜିଲାରେ ୩ଟା ରାଇଘର, ଉମରକୋଟ ଓ ପାପଡାହାଣ୍ଡି ନିଟକରେ ଓ କୋରାପୁଟଜିଲାର ୪ଟିସ୍ଥାନ ବୋରିଗୁମ୍ମା, କୋରାପୁଟ,ସେମିଳିଗୁଡା ଓ ପଟାଙ୍ଗୀ ନିକଟରେ ରାସ୍ତା କ୍ରସିଂ ହେଉଥିବାବେଳେ ଏଠାରେ ର୍ହି ରହଣୀସ୍ଥଳୀ ରହିବ। ଏଠାରେ ହିଁ କେବଳ ଯାନବାହାନ ଓ ଯାତ୍ରୀ ଙ୍କର ପ୍ରବେଶ ଓ ପ୍ରସ୍ଥାନ ପାଇଁ ସୁବିଧାମିିଳିବ। ତେବେ ଏହି ରାସ୍ତାପାଇଁ ଉଭୟ ନବରଙ୍ଗପୁର ଓ କେରାପୁଟର ଜିଲା ପ୍ରଶାସନ ପକ୍ଷରୁ ୩’ଡି ନୋଟିଫିକେସନ, ଜନଶୁଣାଣୀ, ଜଙ୍ଗଲ କ୍ଲିଏରାନ୍ସ, ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ସହାୟତାରେ ସହଯୋଗ କରିଥିବା ଦର୍ଶାଯାଇଛି। ତେବେ ଚିହ୍ନଟ ଜମି ଉପରେ ପଥର ଖମ୍ବ ବସାଯାଉଥିବାବେଳେ ଜମି ଅଧିଗ୍ରହଣ ପାଇଁ ପ୍ର୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜଣାପଡିଛି। ତେବେ ଏହି ରାସ୍ତାନିର୍ମାଣ ହେଲେ ଏହି ଅବହେଳିତ ଓ ପଛୁଆଜିଲାର ଗମନାଗମନର ବହୁ ସୁବିଧାହେବା ସହିତ ,ଶିକ୍ଷା, ଶିଳ୍ପ, ଓ ଡାକ୍ତରଖାନା ଭଳି ଜରୁରୀ କାର୍ଯ୍ୟପାଇଁ ସୁବିଧା ହେବ ଓ ଏହା ଜିଲାର ବିକାଶରେ ବିଶେଷ ସହାୟକ ହୋଇ ପାରିବ ବୋଲି ସାଧାରଣରେ ବହୁ ଆଶା ସଞ୍ଚାର ହୋଇଛି। ତେବେ ଜିଲା ସଦର ମହକୁମା ନବରଙ୍ଗପୁର ସହର ନିକଟରେ ଏହି ଜାତୀୟରାଜପଥର କୈାଣସି ରହଣୀ ସ୍ଥଳ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଏଥିପ୍ରତି ଜିଲା ପ୍ରଶାସନ ଓ ଜାତୀୟରାଜପଥ ପ୍ରାଧିକରଣ ଦୃଷ୍ଟିିଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

Comments are closed.