ବିଏମ୍‍ଏସ୍‍ ପକ୍ଷରୁ କେନ୍ଦ୍ରସରକାରଙ୍କର ନୂତନ ଶ୍ରମଆଇନକୁ ବିରୋଧ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : କେନ୍ଦ୍ରସରକାରଙ୍କର ଶ୍ରମିକ ବିରୋଧୀ ଶ୍ରମ ଆଇନକୁ ବିରୋଧ କରି ଭାରତୀୟ ମଜଦୂର ସଂଘ,(ବିଏମ୍‍ଏସ୍‍) ନବରଙ୍ଗପୁର ଜିଲା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏସଂପର୍କରେ ପ୍ରଧାନମନ୍ତ୍ରୀ ଙ୍କର ଉଦ୍ଦେଶ୍ୟରେ ଜିଲାପାଳଙ୍କର ଜରିଆରେ ୬ଦଫା ଦାବି ପ୍ରଦାନ କରାଯାଇଛି। ଭାରତ ସରକାର ଶ୍ରମସଂସ୍କାର ନାମରେ ପୁଞିପତିମାନଙ୍କର ହାତକୁ ମଜଭୂତ କରିବା ଓ ସ୍ୱାଧୀନତା ପରଠାରୁ ଚାଲିଆସିଥିବା ଶ୍ରମ ଆଇନକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ୨୯ଟି ଶ୍ରମ ଆଇନକୁ ନିରସ୍ତ୍ର କରି ୪ଟି ଲେବର କୋଡ ରାଷ୍ଟ୍ରପତିଙ୍କର ଅନୁମୋଦ ରେ ଦେଶବ୍ୟାପୀ ଲାଗୁ କରିବା ପାଇଁ ସମସ୍ତ ବିଭାଗକୁ କାମରେ ଲଗାଇଛନ୍ତି। ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଏହି ନୂତନ ଆଇନ କାର୍ଯ୍ୟକାରୀ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଯାହାକି ଆଗମୀ ଦିନରେ ଶ୍ରମିକ ଓ ଶ୍ରମ ସଂଗଠନ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିବ। ୪ଶ୍ରମିକ କୋଡ ଯଥା-ମଜୂରୀ କୋଡ-୨୦୧୯,ସାମାଜିକ ନରାପତ୍ତା କୋଡ-୨୦୨୦,ଶିଳ୍ପ ସଂମ୍ପର୍କ କୋଡ- ୨୦୨୦ ଓ ବୃତ୍ତିଗତ ସୁରକ୍ଷା କାର୍ଯ୍ୟସ୍ଥଳ ପରିସ୍ଥିତ ଓ ସ୍ୱ୍ୱାସ୍ଥ୍ୟକୋଡ -୨୦୨୦ ରହିଛି। ଏଥିରେ ବହୁ ଶ୍ରମ ଆଇନକୁ ବନ୍ଦ କରାଯିବାକୁ ଉଦ୍ୟମ କରାଯାଇଛି।

ତେଣୁ ଏହି ଶ୍ରମିକ ବିରୋଧୀ ୪ଶ୍ରମିକ କୋଡକୁ ପ୍ରତ୍ୟାହର କରିବା, ଶ୍ରମିକ ଅଧିକାର ଆଇନ ଖଣ୍ଡିତ ବନ୍ଦ କରିବା (ଏଥିରେ ଶ୍ରମିକର କାମ ୮ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରାଯିବାକୁ ଉଦ୍ୟମ କରାଯାଇଛି ) ପେନସନ ସ୍କିମ ର ସମୀକ୍ଷା କରିବା, ନୂତନ କର୍ମନିଯୁକ୍ତି ପଲିସି କାର୍ଯ୍ୟକାରୀ କରିବା, ପ୍ରବାସୀ ଶ୍ରମିକ ଆଇନକୁ ସଂଶେଧନ ଓ ସଠିକ କାର୍ଯ୍ୟକାରୀ କରିବା ଓ ଜିଡିପି ପ୍ରୋଗ୍ରେସ ସ୍କେଲକୁ ପରିବର୍ତ୍ତନ କରିବାକୁୁ ଦାବି କରାଯାଇଛି। ଏକ ଶୋଭା ଯାତ୍ରାରେ ମଜଦୂର ସଂଘ ପକ୍ଷରୁ ଜିଲାପାଳଙ୍କର କାର୍ଯ୍ୟାଳୟକୁ ଯାଇ ଫାଟକ ସାମନାରେ ପହଞ୍ଚି କେନ୍ଦ୍ର ସରକାର ବିରୋଧରେ ବିଭିନ୍ନସ୍ଲୋଗାନ ଦେଇ ଘେରାଉ କରି ଶ୍ରମ ଆଇନ ପ୍ରତ୍ୟାହର କିରିବାକୁ ଦାବି କରିଥିଲେ। ପରେ ଉପଜିଲାପାଳ ଭାସ୍କର ରଇତ ମୁଖ୍ୟଫାଟକନିକଟକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଏଥିରେ ଭାରତୀୟମଜଦୂର ସଂଘର ଜିଲା ସଭାପତି ବାଙ୍କ ବିହାରୀ ବିଷୋୟୀ,ଉପସଭାପତି ରଙ୍କନାଥ ଜେନା, ସମ୍ପାଦକ ପରମେଶ୍ୱର ବିଷୋୟୀ, ମଙ୍ଗଳମ୍ବଟିମ୍ବର ୟୁନିୟନର ସମ୍ପାଦକ ନୀଳକଣ୍ଠ ପାଢୀ, କାର୍ଯ୍ୟକାରୀ ସମ୍ପାଦକ ସଞୟକୁମାର ପୁଥଲ, ଓଡିଶା କୋଠାବାଡି ସଂଘର ନବରଙ୍ଗପୁର ଜିଲା ସଭାପତି ରାମ ବିଷୋୟୀ, ଜିଲା ଅଙ୍ଗନବାଡୀ ସଂଘର ସଭାନେତ୍ରୀ ଭାଗ୍ୟବତୀ ଷଡଙ୍ଗୀ, ସମ୍ପାଦିକା ସନ୍ଧ୍ୟାରାଣୀ ବିଶ୍ୱାଳ,କୋଷାଧ୍ୟକ୍ଷା ମମତା ବ୍ରହ୍ମା, ଜିଲା ଆଶାକର୍ମୀ ସଂଘର କର୍ମକର୍ତ୍ତା ସଞୁ ନାୟକ ପ୍ରମୂଖ ସମେତ ଅନ୍ୟନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Comments are closed.