ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ହାତରୁ ନିସ୍ତୁକ ମାଡ଼ ଖାଇ ଟଙ୍କା ଦେଇ ମୁକୁଳିଲେ ପ୍ରେମିକ

ନବରଙ୍ଗପୁର : ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଗଲେ ପ୍ରେମିକ । ଆଉ ତା ପରେ ଗାଁ ଲୋକ ଉକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ବନ୍ଧକ ରଖି ଟଙ୍କା ନେବାପରେ ଛାଡିଥିଲେ । ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡଗାଁ ପଂଚାୟତ ର ବରଗାଁ ଅଞ୍ଚଳରେ ।

ସୂଚନାଅନୁସାରେ  ରାଇଘର ବ୍ଲକ୍ ଉଦୟପୁର ଆଦିବାସୀ ଗାଁର  ଜଣେ ଯୁବକ ଯୋଡ଼େଙ୍ଗା ପଂଚାୟତର ବୋରଗାଁରେ ଗୋଟେ ଝିଅକୁ ଭଲ ପାଉଥିଲେ । ଉଦୟପୁର ଆଦିବାସୀ ଗାଁର ଉକ୍ତ ଯୁବକ ତାଙ୍କ ପ୍ରେମିକାଙ୍କୁ ଦେଖାକରିବାକୁ ବୋରଗାଁ ଯାଇଥିବା ବେଳେ ସେହି ଗାଁ ଲୋକ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ଗୋଡେଇ ଗୋଡେଇ ବାଡେ଼ଇଲେ । ପରେ ଯୁବକ କୁ ଅଟକ ରଖି ଗାଁ ରେ ପ୍ରଜାକୋର୍ଟ ବସେଇ ଷାଠିଏ ହଜାର ଟଙ୍କା ପୁଅକୁ ଜରିମାନା ପକେଇ ଥିଲେ । ଯୁବକ ଜଣକ ଦଶ ହଜାର ଟଙ୍କା ଦେବାପରେ ତାଙ୍କର ମଟର ସାଇକେଲକୁ ବନ୍ଧକ ଭାବରେ ରଖିଦେଇ ଥିଲେ । ବାକି ପଚାଶ ହଜାର ଟଙ୍କା ଦେଲେ ଗାଡି ଦିଆ ଯିବ ବୋଲି କହିଥିଲେ ଗାଁ ଲୋକେ । ପରେ ଯୁବକ ଜଣଙ୍କ ରାଇଘର ଥାନାରେ ଆସି ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଗ୍ରାମକୁ ଯାଇ ଯୁବକ ଜଣଙ୍କର ବାଇକ ଉଦ୍ଧାର କରିବା ସହ ମାଡ଼ ମାରିଥିବା କିଛି ଗ୍ରାମବାସୀଙ୍କୁ ଥାନାରେ ଆଣି ପଚରା ଉଚରା କରିବା ପରେ ଉଭୟ ପକ୍ଷ ମଧ୍ୟରେ ଏକ ରାଜିନାମା କରାଯାଇଥିଲା । ଉଭୟ ପକ୍ଷ ଥାନାରେ ଲେଖିକି ଦେବାପରେ ରାଜିନାମା ଅନୁସାରେ ସମସ୍ତଙ୍କୁ ଛାଡି ଦେଇଥିବା କହିଛନ୍ତି ରାଇଘର ଥାନା ଅଧିକାରୀ ଅଭୟ ବେହେରା

 

Comments are closed.