ନୀତି ଆୟୋଗର ରେଂକିଙ୍ଗ : କୃଷି ଓ ଜଳ ସମ୍ପଦରେ ନବରଙ୍ଗପୁର ଜିଲାକୁ ପ୍ରଥମ ସ୍ଥାନ

ନବରଙ୍ଗପୁର : କୃଷି ଓ ଜଳ ସମ୍ପଦ ବିଭାଗରେ ଭାରତ ର ୧୧୫ ଟି ଆକାଂକ୍ଷା ଜିଲ୍ଲାକୁ ପଛରେ ପକାଇ ନୀତି ଆୟୋଗର ୮୨ ତମ ଡେ଼ଲ୍ଟା ରେଂକିଙ୍ଗ ରେ ନବରଙ୍ଗପୁର ଜିଲା ସର୍ବଶ୍ରେଷ୍ଠ ମାନ୍ୟତା ହାସଲ କରିଛି । ନୀତି ଆୟୋଗ ପକ୍ଷରୁ କୃଷି କ୍ଷେତ୍ର ଅଭିବୃଦ୍ଧିକୁ ନେଇ ଗତ ଜୁଲାଇରେ ୧୦ଟି ମାପକାଠିକୁ ନେଇ ରେଂକିଙ୍ଗ କରାଯାଇଥିଲା । ବିଶେଷ କରି ଖାଦ୍ୟ ଶସ୍ୟ ଉତ୍ପାଦନ, ବିକ୍ରିବଟା, ପ୍ରାମାଣିକ ଅଧିକ ଅମଳକ୍ଷମ ବିହନ ବିତରଣ, ମୃତ୍ତିକ ସ୍ୱାସ୍ଥ୍ୟ ପରୀକ୍ଷା, ଫସଲ ବୀମା, କୃଷିରୁଣ, ଅନଲାଇନ ମାର୍କେଟିଙ୍ଗ, କୁତ୍ରିମ ପ୍ରଯୋଜନ, ପଶୁ ମାନଙ୍କ ଟୀକାକରଣ ଓ ଜଳ ସେଚନ ରହିଥିଲା ।

ଗତ ଋତୁରେ ଏକ ଲକ୍ଷ ୯୯ହଜାର ୫୧୪ ହେକ୍ଟର ଧାନ ଅମଳ ର ଲକ୍ଷ୍ୟ ରଖାଯାଇଥିଲା ବେଳେ ଶତ ପ୍ରତିଶତ ରୁ ଅଧିକ ଅମଳ କରାଯାଇଥିଲା । ବିହନ ବିତରଣ ମଧ୍ୟ ୧୦୦ପ୍ରତିଶତ ଭାବେ ୧୬୮୦୦କ୍ୟୁଣ୍ଟାଲ ଚାଷୀଙ୍କୁ ଦିଆଯାଇଥିଲା । ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକା ଚାଷୀ ଫସଲ ବୀମା ଯୋଜନା ରେ ସାମିଲ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୨୪ହଜାର ୪୧୭ ଚାଷୀ ଫସଲ ବୀମା ପାଇଁ ପଞ୍ଜିକରଣ କରିଛନ୍ତି । ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷାରେ ୬୬ହଜାର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତମାନ ସୁଦ୍ଧା ୩୩୦.୪୮କୋଟି ଟଙ୍କା ଚାଷିରୁଣ ପ୍ରଦାନ କରାଯାଇଛି । ହେକ୍ଟର ପିଛା ୧୦୦କ୍ୟୁଣ୍ଟାଲ ପନିପରିବା ଉତ୍ପାଦନ ହୋଇଛି ।

ଏହିଭଳି ନୀତି ଆୟୋଗ ର ଅନେକ ମାପକାଠି ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ନବରଙ୍ଗପୁର ଜିଲ୍ଲାର କୃଷି ଓ ଜଳ ସମ୍ପଦ ବିଭାଗକୁ ସାରା ଭାରତ ବର୍ଷାରେ ଶ୍ରେଷ୍ଠ ରେଂକିଙ୍ଗ ପ୍ରଦାନ କରାଯାଇଛି । ଜୁନ ୨୦୨୦ରେ ନବରଙ୍ଗପୁର ଜିଲ୍ଲା କୃଷି ଓ ଜଳ ସମ୍ପଦରେ ୧୮.୬ ମାର୍କ ରହିଥିଲା ବେଳେ ଜୁଲାଇ ୨୦୨୦ରେ ସର୍ବୋଚ୍ଚ ୨୧.୮ ମାର୍କ ରଖି ପ୍ରଥମ ସ୍ଥାନ ଅଳଂକୃତ ହୋଇଛି। ଯେଉଁଥିପାଇଁ ନବରଙ୍ଗପୁର ଜିଲ୍ଲା କୃଷି କ୍ଷେତ୍ରରେ ଗୌରବ ଆଣିଛି । ଏହି ରେଂକିଙ୍ଗ କୁ ସର୍ବଦା ଅକ୍ଷୁର୍ଣ ରଖିବାକୁ ଚେଷ୍ଟା କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ରଜକିଶୋର ଲେଙ୍କା ପ୍ରକାଶ କହିଛନ୍ତି ।

Comments are closed.