ପ୍ରଶାସନକୁ ବହୁବାର ଅଭିଯୋଗ କରିବାପରେ ଶେଷରେ ଗାଁ ଯୁବକ ସଙ୍ଘ ତରଫରୁ ଲାଗିଲା ଷ୍ଟ୍ରିଟ ଲାଇଟ

ନବରଙ୍ଗପୁର : ଗ୍ରାମବାସୀ ପ୍ରଶାସନକୁ ବହୁବାର ଅଭିଯୋଗ କରିବାପରେ ଗାଁ ଯୁବକ ସଙ୍ଘ ତରଫରୁ ଗ୍ରାମରେ ଲଗାଗଲା ଷ୍ଟ୍ରିଟ ଲାଇଟ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆଗୁଡ଼ା ଗ୍ରାମ ରାସ୍ତା କେଉଁଠି ଲାଗିନଥିଲା ଷ୍ଟ୍ରିଟ ଲାଇଟ । ରାତିହେଲେ ଅନ୍ଧାରରେ ଯିବାଆସିବା କରୁଥିବା ବେଳେ ବର୍ଷା ହେଲେ ସାନ୍ଧ୍ୟବେଳେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡୁଥିଲା । ଏହି ଗ୍ରାମ ପଞ୍ଚାୟତର ୯ଖଣ୍ଡ ଗ୍ରାମର ଗ୍ରାମବାସି ଏହି ରାସ୍ତା ଦେଇ ସବୁବେଳେ ଯିବା ଆସିବା କରନ୍ତି। ତେବେ ଗ୍ରାମରେ ଷ୍ଟ୍ରିଟ ଲାଇଟ ଲଗାଇବାକୁ ଲୋକ ପ୍ରତିନିଧି ଠୁ ଆରମ୍ବ କରି ପ୍ରଶାସନ ପର୍ୟ୍ୟନ୍ତ ସମସ୍ତଙ୍କୁ ବହୁବାର ଗ୍ରାମବାସୀ ଅଭିଯୋଗ କରିଥିଲେ । ଶେଷରେ ଗାଁ ର ଯୁବକ ସଙ୍ଘର ଯୁବକ ମାନେ ନିଜ ନିଜ ଅର୍ଥରୁ କିଛି ସଂଗ୍ରହ କରି ଗ୍ରାମରେ ଛଅ ଗୋଟି ବିଦ୍ୟୁତ ପୋଲରେ ଲାଇଟ ଲଗାଇଥିଲେ । ସ୍ଥାନୀୟ ସରପଞ୍ଚ ଏହି ଷ୍ଟ୍ରିଟ ଲାଇଟର ଶୁଭ ଉଦଘାଟନ କରିଥିଲେ । ଯୁବକ ସଙ୍ଘ ମାନଙ୍କ ଏଭଳି ମହତ କାର୍ୟ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିଛନ୍ତି ।

Comments are closed.