ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ହେବ ଚାରା, କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଲେ ଚାଷୀ

ନବରଙ୍ଗପୁର: :କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଭୁବେନେଶ୍ଵର ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଅନ୍ତର୍ଗତ ଗୌଡ଼ଗୁଡା ଠାରେ ଉନ୍ନତ କିସମର ଫଳ ପନିପରିବା ଫୁଲ ଚାରା ପ୍ରସ୍ତୁତ ତାଲିମ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ବିକାଶ କାର୍ୟ୍ୟକ୍ରମ ମାଧ୍ୟମରେ ଚାଷୀ ମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ନୂତନ ଆମ୍ବ ,ପଣସ , ପିଜୁଳି,ସପୁରୀ ଚାରା ପ୍ରସ୍ତୁତ ତାଲିମ ପ୍ରଦାନ କରାଯାଇଥିଲା ।

 

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ର ପ୍ରଧାନ ବୈଜ୍ଞାନିକ ଡଃ ପି ଶ୍ରୀନିବାସ ଏହି କାର୍ୟକ୍ରମ ରେ ତାଲିମ ପ୍ରଦାନ କରିଥିଲେ । ପ୍ରାୟ ୫୦ ଜଣ ଚାଷୀ ଓ ମହିଳାଙ୍କୁ ଗେଣ୍ଡୁଫୁଲ ଚାରା, କାଙ୍କଡ଼, ବାଇଗଣ, କୁନ୍ଦୁରି, ପୋଟଳ, ଟମାଟୋ ଚାରା ପ୍ରସ୍ତୁତ ତାଲିମ ପ୍ରଦାନ କରିଥିଲେ । ରାଜେଶ ରେଡ୍ଡୀ, ସର୍ବେଶ୍ଵର ପାତ୍ର, ନରୋତ୍ତମ ରାଉତ ସହ ଅଗ୍ରଗାମୀ ସଂସ୍ଥା ର କର୍ମକର୍ତ୍ତା ସହଯୋଗ କରିଥିଲେ ।

Comments are closed.