ପଣ୍ଡିତ ପ୍ରମୋଦ ଚନ୍ଦ୍ର ତ୍ରିପାଠୀଙ୍କ ରଚିତ ହରିହର ଭେଟ ପୁସ୍ତକ ଉନ୍ମୋଚିତ

ନବରଙ୍ଗପୁର: ନବରଙ୍ଗପୁର ଶ୍ରୀଜଗନ୍ନlଥ ମନ୍ଦିର ଠାରେ ପଣ୍ଡିତ ପ୍ରମୋଦ ଚନ୍ଦ୍ର ତ୍ରିପାଠୀଙ୍କ ସ୍ୱରଚିତ ହରିହର ଭେଟ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଶିବ ରାତ୍ର ଦିନ ହରି ହର କାହିଁକି ପର୍ଶ୍ୱରକୁ ଭେଟି ଥାଆନ୍ତି। ଏହାର ତାତ୍ପର୍ଯ୍ୟ କଣ ରହିଛି। ହରିଙ୍କ ସହ ହରଙ୍କ ସମ୍ପର୍କ କଣ ପ୍ରମୁଖ ବିଷୟ ଏହି ପୁସ୍ତକରେ ଉଲ୍ଲେଖ ରହିଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀ ଏହି ପବିତ୍ର ପୁସ୍ତକର ଉନ୍ମାଚିତ କରିଥିବା ବେଳେ ଦେବୋତ୍ତର କମିଟି ସଭାପତି ସୁବାଷ ସୁର ସମ୍ମାନିତ ଆତିଥି ଭାବେ ଯୋଗ ଥିଲେ। ଏହି ଅବସରରେ ଲେଖକ ତ୍ରିପାଠୀ କହିଛନ୍ତି ଯେ ହରିହର ଭେଟ ଉପରେ ରଚନା କରିବାକୁ ୪ ଦିନ ଲାଗିଥିଲା।

ପ୍ରଥମେ ହାତ ଲେଖା ଭାବେ ଏହାକୁ କରିଥିଲେ। ଏ ଅଞ୍ଚଳର ପ୍ରତେକ ଶିବ ମନ୍ଦିରରେ ପ୍ରଦାନ କରିବେ ବୋଲି ଭାବିଥିଲେ। ତେବେ ଶ୍ରୀ ଜଗନ୍ନାଥ ନୀତି ପରିଚାଳନା ନିଯୋଗ କମିଟିର ସଭାପତି ନରେଶ ତ୍ରିପାଠୀ ହାତ ଲେଖାକୁ ମୁଦ୍ରାଣୀକୁ ଦେଇ ଛପାଇ ପୁସ୍ତକ କରି ଆଣି ଦେଇଥିଲେ। ଆଗକୁ ଶ୍ୟାମ ବେଦୀୟ ବ୍ରତ ଓ ବିବାହ, ଆଞ୍ଚଳିକ ଓ ସଂସ୍କୃତ ଭାଷାରେ ଦୈନିକ ପୂଜାବିଧି ଏବଂ ଯଜ୍ଞର କାରୀକା ଓ ପୂଜାବିଧି ପୁସ୍ତକ ପ୍ରକାଶ ପାଇବ ବୋଲି କହିଛନ୍ତି। ଏହି ଅବସରରେ ରାଜପୁରୋହିତ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ରଥଯାତ୍ର। ସମୟର ନରସିଂହ ଅବତାର ଭଳି ଏକ ପୁଣ୍ୟ ଦିବଶରେ ଏହି ପୁସ୍ତକଟି ଉନ୍ମଚିତ ହୋଇଛି। ପରିବାରି ବ୍ୟସ୍ତତା ମଧ୍ୟରେ ସମୟ କାଡି ଏହି ହରିହର ଭେଟ ପୁସ୍ତକଟି ଲେଖିବା ଓ ଉନ୍ମଚିତ ହେବା ଅତି ସୌଭାଗର କଥା। ଅନେକ ତଥ୍ୟ ଆଜିକାଦିନରେ ଲୁକ୍କାୟିତ ହୋଇ ରହିଯାଉଛି। ଏହି ପୁସ୍ତକରେ ହରି ହରଙ୍କ ସମ୍ପର୍କ କଣ, କାହିଁକି ଶିବ ରାତ୍ର ହେଉଛି ତାହା ଲୋକ ଲୋଚନକୁ ଆସିବ। ଏହା ଅନେକ ଉପାଦେୟତା ଆଣିବl ଆଗକୁ ଆହୁରି ଅନେକ ସଙ୍କଳନ ଆସିବ ବୋଲି କହିଛନ୍ତି। ପୁସ୍ତକ ଉନ୍ମୋଚନ ସମୟରେ ଶ୍ରୀ ଜଗନ୍ନଥ ନୀତି ପରିଚାଳନା ନିଯୋଗର ସଭାପତି ନରେଶ, ସମ୍ପାଦକ ଗୌରାଙ୍ଗ ପାତ୍ର, ପ୍ରମିଶ ତ୍ରିପାଠୀ, ସୁମିତ ହଡପ, ସୁମିତ ପାଳ, ତ୍ରୟନାଥ ତ୍ରିପାଠୀ, ସୁଧାକର ପଢି, ସତ୍ୟବାଦୀ ଷଡଙ୍ଗୀ, ରାମ କୀଙ୍କର ତ୍ରିପାଠୀ, ଦିପୁ ତ୍ରିପାଠୀ, ସୁମିତ ପାଳ, ପପୁ ତ୍ରିପାଠୀ, ମୁନୁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.