ନବରଙ୍ଗପୁର ପାଇଁ ଖୁସି ଖବର ; ନୂଆବର୍ଷରେ କରୋନା ଶୂନ

ନବରଙ୍ଗପୁର : ନବବର୍ଷରେ ନବରଙ୍ଗପୁର ଜିଲା ପାଇଁ ଖୁସି ଖବର ରହିଛି। ଆଜି ନୂଆବର୍ଷର ପହିଲାରେ ଜିଲାରେ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାବେଳେ ଆଜି କରୋନା ଶୁନ୍ୟ ହୋଇଥିବା ସରକାରୀ ଭାବେ ଜଣାପଡିଛି। ଯାହାକି ଜିଲାବାସୀଙ୍କର ମନରେ ଆନନ୍ଦ ଓ ଉତ୍ସାହ ଆଣି ଦେଇଛି। ଜିଲାରେ ମୋଟ ୫୮୧୧ ଜଣଙ୍କର କରୋନା ପଜିଟିଭ ବାହାରିଥିବାବେଳେ ସେଥିମଧ୍ୟରୁ ମୋଟ ୫୭୪୯ ଜଣ ଆରୋଗ୍ୟଲାଭ କରିଛନ୍ତି। ବର୍ତ୍ତମାନ କେବଳ ୧୬ ଜଣଙ୍କର  କରୋନା ପଜିଟିଭ ରହିଥିବାବେଳେ ସେଥିମଧ୍ୟରୁ ୧୫ ଜଣ ହୋମ ଆଇସୋଲେସନରେ ରହିଛନ୍ତି। ଜଣେ ମାତ୍ର କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ତେବେ ଧିରେ ଧିରେ କରୋନା ଆକ୍ରାନ୍ତ କମି ଆସୁଥିବାବେଳେ ଏହା ଜିଲାବାସୀଙ୍କୁ ଆଶ୍ୱସ୍ତ ଆଣିଦେଇଛି। ତେବେ ବର୍ତ୍ତମାନ ସୁଦ୍ଧା କରୋନା ସଂପୂର୍ଣ୍ଣ ମୁକ୍ତ ହୋଇନଥିବାରୁ ସମସ୍ତେ କରୋନା ଗାଇଡ୍‍ଲାଇନ ପାଳନ କରିବାକୁ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.