ଧାନ ବିଲ ନିକଟରେ ଥିବା କୂଅରେ ଖସି ୮ବର୍ଷ ବାଳକର ମୃତ୍ୟୁ 

ନବରଙ୍ଗପୁର,ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  ଏକ ୮ ବର୍ଷର ଛୁଆ ଧାନବିଲ ନିକଟରେ ଖେଳୁଥିବା ସମୟରେ କୂଅରେ ଗୋଡ଼ ଖସି ପାଣିରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ସୂଚନା ମୁତାବକ ମାଝୀଗୁଡା ଗ୍ରାମର ମନୋଜ ବିଷୋୟୀଙ୍କ ୮ ବର୍ଷର ପୁଅ ପକ୍ଷନମ ବିଷୋୟୀ ନିକଟରେ ଥିବା ନିଜର ଧାନବିଲ ନିକଟରେ ଠିଆ ହୋଇ ଧାନରୁଆ ହେଉଥିବା ଦେଖିବା ସହ ବିଲ ନିକଟରେ ଖେଳାଖେଳି କରୁଥିବା ସମୟରେ ନିକଟରେ ଥିବା ଏକ କୂଅରେ ଗୋଡ଼ ଖସିଯାଇ କୂଅ ଭିତରେ ପଡିଯାଇଥିଲେ। ମନୋଜ ତା ପୁଅକୁ କୂଅରୁ ଉଦ୍ଧାର କରି ସଂଗେ ସଂଗେ ମୈଦଲପୁର ପ୍ର।ଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିବା ପରେ ଏନେଇ ମୃତ ବାଳକ ର ପିତା ମୈଦଲପୁର ଫାଣ୍ଡି ରେ ଏକ ଏତଲା ଦେଇଥିବା ବେଳେ ପୁଲିସ ଏତଲାକୁ ଭିତିକରି ତଦନ୍ତ କରିବ ବୋଲି କହିଛନ୍ତି।

Comments are closed.