ନବରଙ୍ଗପୁର ଜିଲ୍ଲାକୁ ଆଜି ଆସିବେ ଦୁଇ ମନ୍ତ୍ରୀ,ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରସୋର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ଆଜି ଆସୁଛନ୍ତି ଦୁଇ ଜଣ ମନ୍ତ୍ରୀ ତଥା ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ତେଣୁ ନବରଙ୍ଗପୁର ଜିଲ୍ଲା ବିଜେଡି ପକ୍ଷରୁ ଏମାନଂକୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରତ୍ୟେକ ବ୍ଲକ ସ୍ତରରେ ଜୋରଜାର ପ୍ରସ୍ତୁତି କରାଯାଇଛି। ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଜଳ ଓ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏବଂ ଆଇଟି, ସ୍ପୋର୍ଟ୍ସ ଯୁବାବ୍ୟାପାର ମନ୍ତ୍ରୀ ତଥା ନବରଙ୍ଗପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତୁଷାରକାନ୍ତି ବେହେରା ଆଜି ହେଲିକେପ୍ଟର ଯୋଗେ ନବରଙ୍ଗପୁର ଆସୁଥିବା ବେଳେ ଏନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ କାର୍ଯ୍ୟସୂଚୀ ତାଲିକା ପ୍ରସ୍ତୁତ ହୋଇଅଛି।

କାର୍ଯ୍ୟସୂଚୀ ଅନୁଯାୟୀ ଆଜି ବୁଧବାର ଦିବା ୧୧ଘଣ୍ଟା ସମୟରେ ୨ ମନ୍ତ୍ରୀ ଭୁବନେଶ୍ୱର ଠାରୁ ନବରଙ୍ଗପୁର ସର୍କିଟ ହାଉସ ସାମନା ହେଲିପ୍ୟାଡ଼ରେ ଅବତରଣ କରିବା ପରେ ମନ୍ତ୍ରୀ ଶ୍ରୀ ଦାସ ଙ୍କୁ ନବରଙ୍ଗପୁର ରେ ଓଲ୍ହାଇ ମନ୍ତ୍ରୀ ଶ୍ରୀ ବେହେରା ସେହି ହେଲିକେପ୍ଟର ଯୋଗେ ମାଲକାନଗିରି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ଆସନ୍ତା ୧୫ ତାରିଖ ୨.୪୦ରେ ନବରଙ୍ଗପୁର ଫେରିବା ପରେ ସେହିଦିନ ମନ୍ତ୍ରୀ ରଘୁନନ୍ଦନ ଦାସ ଜଣେ ଭୁବନେଶ୍ୱର ଫେରିଯିବେ। ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ୧୬ ଓ ୧୭ ତାରିଖ ଏହି ଦୁଇଦିନ ଜିଲ୍ଲାର ସମସ୍ତ ବ୍ଲକ ଅଂଚଳ ଗସ୍ତ ସହ ଏହି ଅଂଚଳମାନଙ୍କରେ କ୍ରୀଡା ଭିତିଭୂମିର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ସହ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି। ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଥର ଭାବେ ନୂତନ ଜିଲ୍ଲା ପର୍ଯ୍ୟବେକ୍ଷକ ଆସୁଥିବା ଯୋଗୁଁ ବିଜେଡି କର୍ମୀ ମହଲରେ ଉତ୍ସାହ ଦେଖା ଦେଇଥିବା ବେଳେ ସମସ୍ତ ଜିଲ୍ଲା ଓ ବ୍ଲକ ବିଜେଡି ପକ୍ଷରୁ ନୂତନ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାପାଇଁ ଜୋରଜlର ପ୍ରସ୍ତୁତି କରାଯାଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି।

Comments are closed.