ରାଜ୍ୟ ଯୋଗାଣ ବିଭାଗ ସଚିବଙ୍କୁ ଭେଟିଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର : ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଗୁରୁବାର ଅପରାହ୍ନରେ ଲୋକସେବା ଭବନରେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କମିଶନର ତଥା ସଚିବଙ୍କୁ ଭେଟି ନବରଙ୍ଗପୁର ଜିଲାର ଚାଷୀ ମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଜିଲାରେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ବଳକା ରହିଥିବା ଯୋଗ୍ୟତା ଚାଷୀଙ୍କର ନାମ ପଞ୍ଜିକରଣ  କରିବା ପାଇଁ ଆଲେଚନା କରିଥିଲେ । କରୋନା କାରଣରୁ ନେଟ ସମସ୍ୟା କେତେକ ଚାଷୀ ସେମାନଙ୍କର ନାମପଞ୍ଜିକରଣ କରିପାରିନଥିବାରୁ ବଳକା ଚାଷୀ ମାନଙ୍କର ନାମପଞ୍ଚିକରଣ ଦେବା ପାଇଁ ଆଉଥରେ ସୁଯୋଗ ଦେବାକୁ କହିଥିଲେ। ତେବେ ସଚିବ ଆସନ୍ତା ୨୫ ତାରିଖ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି। ବୁଧବାର ଦିନ ଅନୁରୂପ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ମଧ୍ୟ ଏହି ସଚିବଙ୍କୁ ଭେଟି ଆଲୋଚନା କରିଥିଲେ।

Comments are closed.