ବିଚାରପତିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନବରଙ୍ଗପୁର: ନବରଙ୍ଗପୁର ପରିବାର ଅଦାଲତ ବିଚାରପତି ରାଜେନ୍ଦ୍ର କୁମାର ତୋଷଙ୍କୁ ନବରଙ୍ଗପୁର ଆଇନଜୀବି ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ତୋଷ କିଛି ମାସ ପୂର୍ବରୁ ନବରଙ୍ଗପୁର ପରିବାର ଅଦାଲତ ବିଚାରପତି ଭାବେ ଯୋଗ ଦେଇଥିଲେ। ଶ୍ରୀ ତୋଷ ଗତ ୩୦ଜୁନରେ ଅବସର ନେଇଥିଲେ। ଏହି ସମ୍ବର୍ଦ୍ଧନା ସମୟରେ ଆଇନଜୀବି ସଂଘର ଜିଲ୍ଲା ସମ୍ପାଦକ ରାମ ପ୍ରସାଦ ପାତ୍ରଙ୍କ ସମେତ ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, କୋଷାଧ୍ୟକ୍ଷ ବିଧୁଶେଖର ତ୍ରିପାଠୀ, ଆଇନଜୀବି ପ୍ରଦୀପ କୁମାର ସାହୁ, ଦେବୀ ସିଂ, ଅତିରିକ୍ତ ସରକାରୀ ଆଇନଜୀବି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.