ନବରଙ୍ଗପୁରର ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ

ଉଚ୍ଚଶିକ୍ଷାରେ ସିଟ୍‍ ଅଛି ୮୧୧୯ , ବଳକା ୭୮୧୩ ପିଲାଙ୍କର ଭବିଷ୍ୟତ ନେଇ ବଡ ପ୍ରଶ୍ନବାଚୀ

ନବରଙ୍ଗପୁର  : ଆଦିବାସୀ ଅଧୁସିତ ନବରଙ୍ଗପୁର ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ନେଇ ସମସ୍ତେ ଖୁସିରେ ରହିଛନ୍ତି। ଜିଲାରେ ସର୍ବାଧିକ ୯୮.୦୮ପ୍ରତିଶତ ପିଲା ପାସ କରିଛନ୍ତି। ୧୫୯୩୨ ପିଲା ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନ୍ୟପକ୍ଷରେ ଜିଲାରେ ଉଚ୍ଚଶିକ୍ଷା ( ୧୧ ଶ୍ରେଣୀ ଓ +୨ପ୍ରଥମବର୍ଷ )ରେ ମୋଟ ୮୧୧୯ ଟି ସିଟ ରହିଛି। ଏଭଳି ପରିସ୍ଥିତିରେ ବଳକା ୭୮୧୩ ପିଲା କରିବେ କ’ଣ ସେମାନଙ୍କର ଭବିଷ୍ୟତ ନେଇ ସବୁଠାରୁ ବଡ ପ୍ରଶ୍ୱବାଚୀ ସୃଷ୍ଟି କରିଛି।
ମିଳିଥିବା ତଥ୍ୟ ଅନୁସାରେ ନବରଙ୍ଗପୁର (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳାରେ ୩୮୪, ବିଜ୍ଞାନ  ୩୨୦ ଓ ବାଣିଜ୍ୟ ୨୫୬ ସିଟ ରହିଥିବାବେଳେ ନବରଙ୍ଗପୁର ମହିଳା (ମହାବିଦ୍ୟାଳୟ ) ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳା ୩୨୦, ଝରିଗାଁବ୍ଳକ ଅନ୍ତର୍ଗତ ଅଲେଖ ମହିମାକଲେଜ ( ଉଚ୍ଚମାଧ୍ୟମିକ ବିଦ୍ୟାଳୟ) ,ଧୋଡ୍ରା ରେ କଳା ୧୯୨, ବେଲଗାଁ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ  ୬୪ ଓ ବାଣିଜ୍ୟ ୬୪ ,ଡାବୁଗାଁ ଭୈରବ କଲେଜର କଳାରେ ୩୨୦,ବିଜ୍ଞାନ  ୬୪ ଓ ବାଣିଜ୍ୟ ୧୨୮, ଡାବୁଗାଁ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ବିଜ୍ଞାନ  ୬୪, ନବରଙ୍ଗପୁର ପୈାରାଞ୍ଚଳ ବିଦ୍ୟାନିକେତନ ବିଜ୍ଞାନ  ୬୪, ବିଦ୍ୟାର୍ଥୀ କଲେଜ ବିଜ୍ଞାନ ୧୬୦,ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ହିର୍ଲି ର ବିଜ୍ଞାନ  ୬୬, ଉମରକୋଟ ବିଜୁପଟନାୟକ ଏସଟି ମହିଳା କଲେଜ କଳା ୨୫୬, ସରକାରୀ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବଡଭରଣ୍ଡି ରେ ବିଜ୍ଞାନ  ୬୪, ପାପଡାହାଣ୍ଡି ର ଡାଳିମ୍ବଦେଇ କଲେଜ କଳା ୧୯୨, ବାଣିଜ୍ୟ ୧୨୮, ଧୋଡିପାଣି ସରକାରୀ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୧୬୦ ଓ ବାଣିଜ୍ୟରେ ୧୨୦, କୋଷାଗୁମଡା ବ୍ଳକ କରଚାମାଳ ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୬୪, ନନ୍ଦାହାଣ୍ଡିବ୍ଳକର ନିଶନାହାଣ୍ଡି ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୬୪, ପାପଡାହାଣ୍ଡି ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଞାନରେ ୬୪, ରାଇଘର ଏସଏସଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୧୨୮, ନବରଙ୍ଗପୁର ଭୋକେସନାଲ (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୪୮, ଉମରକୋଟ ଗୁରୁକୃପା ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୧୨୮ ଓ ବିଜ୍ଞାନରେ ୧୨୮, ତେନ୍ତୁଳିଖୁଣ୍ଟି ବ୍ଳକ ଇନ୍ଦ୍ରାବତୀ ପ୍ରକଳ୍ପ (କଲେଜ)ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ ୨୫୬ ଓ ବିଜ୍ଞାନରେ ୧୨୮, ଝରିଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳା ରେ ୨୮୮, କୋଷାଗୁମୁଡା ଜୟକିଷାନ ଫିଲିପ ମେମୋରିଆଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳାରେ ୬୪, ପାପଡାହାଣ୍ଡି ବ୍ଳକର ମୈଦଲପୁର ୯କଲେଜ)ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳାରେ୨୫୬, ଚନ୍ଦାହାଣ୍ଡି ପାନାବେଡା (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳାରେ ୩୨୦ ଓ ବିଜ୍ଞାନରେ ୧୨୮, ରାଇଘର ପଞ୍ଚାୟତ ସମିତି (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳାରେ ୩୨୪ ଓ ବାଣିଜ୍ୟରେ ୧୨୮ ,ଉମରକୋଟ ପେଣ୍ଡ୍ରାଣୀ (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟରକଳାରେ ୩୨୯, ବିଜ୍ଞାନରେ ୨୪୬ଓ ବାଣିଜ୍ୟରେ ୨୫୬ , କୋଷାଗୁମୁଡା ବ୍ଳକର ରାଜଚାଉଁରିଆ କଲେଜ ଉଚ୍ଚମାଧ୍ୟମିକ ବିଦ୍ୟାଳୟକଳାରେ ୩୨୦, ନବରଙ୍ଗପୁର ସାଇ ବିନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳାରେ୧୯୨, ରାଇଘର ଶ୍ରୀମନ୍ତ ଗଣୱାନା ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳା ୧୨୮,ନବରଙ୍ଗପୁର ସ୍ମାର୍ଟ ଗୁରୁକୂଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବିଜ୍ଞାନ ୧୨୮, ଉମରକୋଟ (ଡଙ୍ଗରୀଗୁଡା )ଶ୍ରୀ ଅରବିନ୍ଦ କଳା ଓ ବିଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,କଳା ୬୪, ତେନ୍ତୁଳିଖୁଣ୍ଟି ବ୍ଳକର ଖାତିଗୁଡା ଶ୍ରୀ ଅରବିନ୍ଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନରେ ୬୪, ଝରିଗାଁ ତିଳୋତମା ବିଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଚାଟିଗୁଡା ବିଞାନ ୧୨୮, ନବରଙ୍ଗପୁର ଉତ୍କଳ କଳା ଓ ପରିଚାଳନା ୯କଲେଜ)ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଳା ୧୨୮ ଏବଂ ନବରଙ୍ଗପୁର ବିକାଶ (କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟକଳା ୨୨୪, ପିଲା ଙ୍କର ପାଇଁ ସିଟ ରହିଛି। ଜିଲାରେ ମୋଟ କଳାରେ ୪୬୮୫ ସିଟ ରହିଥିବାବେଳେ ବିଜ୍ଞାନରେ ୨୩୦୬, ବାଣିଜ୍ୟରେ ୧୦୮୦ , ଭୋକେସନାଲରେ ୪୮ ଟି ସିଟ୍‍ ରହିଛି।
ଏହିସମସ୍ତ ବିଭାଗ ମିଶାଈ ଜିଲାରେ ମୋଟ ୮୧୧୯ ଟି ସିଟ ରହିଛି। ଏହା ବ୍ୟତିତ ଜିଲାର ବିଭିନ୍ନ ଆଇଟିଆଇ ରେ ପ୍ରାୟ ୩୦୦ ଟି ସିଟ୍‍ ରହିଛି। ତେବେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟିଦେଇ ବଳକା ପିଲା ଙ୍କର ଉଚ୍ଚଶିକ୍ଷା ପାଇଁ ସମସ୍ତ +୨(କଲେଜ) ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସିଟ ବୃଦ୍ଧି କରିବା ସହ ତୁରନ୍ତ ଅଧିକ ବୈଷୟିକ ଓ ଧନ୍ଦାମୂଳକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଖୋଲିବାର ଜରୁରୀ ଆବଶ୍ୟକତା ରହିଥବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

 

Comments are closed.