କରୋନା ଯୋଦ୍ଧା ଘୋଷଣା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ଅନୁସାରେ ରାଜସ୍ୱ ଅମଲାମାନଙ୍କୁ କୋରନା ଯୋଦ୍ଧା ଘୋଷଣା କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ଜରିଆରେ ଏକ ଦାବି ପତ୍ର ଆଜି ଓଡିଶା ରାଜସ୍ୱ ଅମଲା ସଙ୍ଘର ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଦାନ କରାଯାଇଛି। ଲକ ଡାଉନ, ସଟ ଡାଉନ ସମୟରେ ସମସ୍ତେ ନିଜ ଘରେ ଥିବା ବେଳେ ରାଜସ୍ୱ ଅମଲା ମନେ ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ନିଜର ସେବା ନିରନ୍ତର ଭାବରେ ଯୋଗାଇ ଆସୁଛନ୍ତି। ବିଭିନ୍ନ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ରାଜ୍ୟ ସୀମା ତନଖି ଫାଟ ଇତ୍ୟାଦିରେ ପ୍ରବାସୀ ଓଡ଼ିଆଙ୍କ ପଞ୍ଜିକୃତ କରିବା ଇତ୍ୟାଦି ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ ତୁଲାଇ ବହୁତ ରାଜସ୍ୱ ଅମଲା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

ଏହି ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ଶାଖା ଉପଦେଷ୍ଟା, କେ. ଅଶୋକ ଚକ୍ରବର୍ତ୍ତୀ, ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ତ୍ରିଲୋଚନ ନାୟକ, ଚିତ୍ତରଞ୍ଜନ ପାତ୍ର, ସୀତାରାମ ବେହେରା, ଜିତେନ୍ଦ୍ର ଚୌଧୁରୀ, ଧନପତି ନାୟକ, ପି. ହରି, ବିଜୟ କୁମାର ସାହୁ, ସତ୍ୟନାରାୟଣ ସାହୁ, ସଂଗ୍ରାମ ପ୍ରଧାନ,ରାମ ଚନ୍ଦ୍ର ରଘୁମଣ୍ଡଳ, ଅଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.