ନବରଙ୍ଗପୁର ଜିଲ୍ଲାପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଇଅଛି। ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଦୁର୍ନୀତି ମୁକ୍ତ ସମାଜ, ଭାରତ ଗଠନ ସମ୍ପର୍କିତ ଶପଥ ପାଠ କରିଥିଲେ। ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ଏବଂ ଦୁର୍ନୀତି ନିବାରଣ ସପ୍ତାହ ପାଳନର ମହତ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏଥିରେ ଉପଜିଲ୍ଲାପାଳ ତଥା ଭାରପ୍ରପ୍ତ ଅତିରିକ୍ତ ଜିଲ୍ଲାପାଳ  ଭାସ୍କର ରାଇତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ  ହଳଧର ନିଆଲ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ  ଏ ସୁରେଶ, ବିଭାଗ ଅଧିକାରୀ ସନାତନ ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ତ୍ରୀ ପତି ବାଲାଜୀ ସାହୁ, ଅଶୋକ ଚକ୍ରବର୍ତ୍ତୀ, ତ୍ରିଲୋଚନ ନାୟକ,  ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।

Comments are closed.