ନୋଟିସ ବୋର୍ଡରେ ଆବେଦନ ତଥ୍ୟ ନଥିବାରୁ ଉତେଜନା

ନବରଙ୍ଗପୁର: ଅଙ୍ଗନବାଡି ପଦବୀ ପାଇଁ ଆବେଦନ କରିବା ତଥ୍ୟକୁ ପଂଚାୟତ ନୋଟିସ ବୋର୍ଡରେ ଟଙ୍ଗା ନ ହେବା ଯୋଗୁଁ ଗ୍ରାମରେ ଉତେଜନା ଦେଖାଦେଇଛି। ନବରଙ୍ଗପୂର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଞ୍ଚାୟତ ଅନ୍ତର୍ଗତ ୪ନଂ ୱାର୍ଡରେ ଗୋଟିଏ ଅଙ୍ଗନବାଡ଼ି କର୍ମୀ ପଦବୀ ଖାଲିଥିଲା, ସେଥିପାଇଁ ବିଭାଗ ତରଫରୁ ପଦବୀ ପୂରଣ ପାଇଁ ନୋଟିସ ଜାରି କରାଗଲା, ହେଲେ ଆବେଦନ କରିବା ଶେଷ ତାରିଖ ଦିନ ଲୋକେ ଏହା ଜାଣିବାକୁ ପାଇଥିଲେ ଏବଂ ଏନେଇ ସ୍ଥାନୀୟ ୱାର୍ଡ ମେମ୍ବର ଏବଂ ଗ୍ରାମବାସୀ ପଞ୍ଚାୟତ ସରପଞ୍ଚ, ପିଇଓଙ୍କୁ ଏ ବିଷୟରେ ପଚାରିବା ସହ ଲୋକଙ୍କ ଅବଗତି ନିମନ୍ତେ କାହିଁକି ନୋଟିସ ବୋର୍ଡରେ ତଥ୍ୟ ଦିଆଗଲା ନାହିଁ ପଚାରି ବୁଝିବା ସହ ଏ ନେଇ ତେନ୍ତୁଳୀଖୁଣ୍ଟି ସିଡ଼ିପିଓଙ୍କୁ ପଚାରି ବୁଝିବାରୁ ସେ ସ୍ଥାନୀୟ ପିଇଓ ଏବଂ ସରପଞ୍ଚଙ୍କୁ ଅବଗତ କରାଇଥିବା ନେଇ ଗ୍ରାମବାସୀଙ୍କୁ କହିଥିଲେ। ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ସିଡିପିଓଙ୍କୁ ପଚାରନ୍ତୁ ବୋଲି କହିଥିଲେ। ଏହାପରେ ଉତ୍ୟକ୍ତ ହୋଇ ଗ୍ରାମବାସୀ ଚୟନ ପ୍ରକ୍ରିୟାକୁ ପୁଣିଥରେ କରିବା ପାଇ ଦାବି କରିବା ସହ ନିୟମ ଅନୁଯାଇ ନୋଟିସ ବୋର୍ଡରେ ଟାଙ୍ଗିବା ପାଇ କହିଥିଲେ।

ମାଝି ଗୁଡ଼ାରେ ଚୟନକୁ ନେଇ ପଞ୍ଚାୟତ ବାସି ପୁନର୍ବାର ନୋଟିସ ବୋର୍ଡରେ ଟାଙ୍ଗୀ ଚୟନ କରିବାରୁ ଅଭିଯୋଗ କରିଛନ୍ତି। ଯଦି ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ କହିବା ସହ ଯଦି ପୁଣିଥରେ ଵିଜ୍ଞାପନ ନ କାଡିଲେ ଗ୍ରାମବାସି ଧାରଣାରେ ବସିବାକୁ ପଛାଇବେ ନାହିଁ ବୋଲି ନବରଙ୍ଗପୁର ଜିଲା ଆଣ୍ଟି କରପସନ ଜିଲା ସଭାପତି ଲକ୍ମୀ ଚନ୍ଦ୍ର ଟାକ୍ରୀ ତେନ୍ତୁଳୀଖୁଣ୍ଟି ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Comments are closed.